Odisha Link
Bridging the Missing Links in Odisha

କ୍ୟୁଆର୍ କୋଡ୍‌ରେ ୧୪ କୋଟି ଠକେଇ ଅଭିଯୋଗ: ଲୁଟେରାକୁ ରିମାଣ୍ଡରେ ନେଲା ଇଓଡବ୍ଲୁ

ଅଭିଯୋଗ କ୍ରମେ ତଦନ୍ତ କରି ଇଓଡବ୍ଲୁ ନୋଏଡ଼ାରୁ କରନ ସିଂଙ୍କୁ ଗିରଫ କରିଛି

ଓଏଲ୍ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। ତେବେ କ୍ୟୁଆର କୋଡ୍‌ରୁ ଠକେଇ ହୋଇଥିବା ନେଇ ଭୁବନେଶ୍ବରର ଏକ କଂପାନୀ ଏପ୍ରିଲରେ ଠକେଇ ଅଭିଯୋଗ କରିଥିଲା। ଅଭିଯୋଗ କ୍ରମେ ତଦନ୍ତ କରି ଇଓଡବ୍ଲୁ ନୋଏଡ଼ାରୁ କରନ ସିଂଙ୍କୁ ଗିରଫ କରିଛି। ସ୍ଥାନୀୟ କୋର୍ଟରେ ହାଜର ପରେ ୩ ଦିନିଆ ରିମାଣ୍ଡରେ ଇଓଡବ୍ଲୁ ଆଣିଛି।

Leave A Reply

Your email address will not be published.