Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ, ଜାମିନ ଆବେଦନ କଲେ ୨ ଅଭିଯୁକ୍ତ

ଓଏଲ୍ ବ୍ୟୁରୋ: ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ମାସେ ପୁରିଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଟ୍ରେନ୍‌ ଟ୍ରାଜେଡି ମାମଲାରେ ୩ ଜଣଙ୍କୁ ସିବିଆଇ ଗିରଫ କରିବା ସହ ୫ ଦିନ ରିମାଣ୍ଡରେ ନେଇଥିଲା। ତେବେ ଆଜି ୫ଦିନିଆ ରିମାଣ୍ଡ ଶେଷ ହୋଇଥିବାବେଳେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହା ସହ ପୁଣି ୫ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିବା ଜଣା ପଡିଛି ।

ଅନ୍ୟପଟେ, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରିଛନ୍ତି। ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ କୁମାର ମହନ୍ତ ଓ ସେକ୍ସନ୍ ଇଂଜିନିୟର ମହମ୍ମଦ ଅମୀର ଖାନ ଜାମିନ ପାଇଁ ଆବେଦନ କରିଛନ୍ତି।

ସୂଚନା ଅନୁସାରେ, ଗତ ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଘଟଣାକୁ ନେଇ ତଦନ୍ତ ଜାରି ହୋଇଛି।

Leave A Reply

Your email address will not be published.