Odisha Link
Bridging the Missing Links in Odisha

ଅବସର ନେବେ ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ର! କାର୍ଯ୍ୟକାଳ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ସୁପ୍ରିମ କୋର୍ଟ ଶୁଣାଣି କରି କହିଛନ୍ତି, ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ଦୁଇ ଦୁଇଥର ବଢାଇବା ବେଆଇନ। ଇଡିର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କର ଆସନ୍ତା ନଭେମ୍ବରରେ କାର୍ଯ୍ୟକାଳ ସରିବା କଥା। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଏଥିସହ ଆସନ୍ତା ଜୁଲାଇ ୩୧ରେ ଅବସର ନେବାକୁ ସମୟ ଦିଆଯାଇଛି। ନଭେମ୍ବର ୨୦୧୮ରେ ସଞ୍ଜୟ ମିଶ୍ରାଙ୍କୁ ଇଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା। ୨୦୨୦ରେ ସେ ଅବସର ନେବା କଥା। କିନ୍ତୁ ପରେ ଦୁଇ ଦୁଇ ଥର ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା। ଯାହାକୁ ନେଇ ବିରୋଧୀ ଦଳ ବିରୋଧ କରିଥିଲେ।

ଖବର ଅନୁସାରେ, ଏହି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ସମର୍ଥନରେ ଯୁକ୍ତି ରଖିଥିଲେ। ସଞ୍ଜୟ ମିଶ୍ର ଦେଶ ତଥା ଦେଶ ବାହାରେ ବେଆଇନ ଅର୍ଥନୈତିକ ଗତିବିଧି ଉପରେ ନଜର ରଖୁଛନ୍ତି। ତାଙ୍କର ଦାୟିତ୍ବ ଦେଶର ସୁରକ୍ଷା ଓ ସ୍ବାର୍ଥକୁ ବହନ କରୁଛି। ଏଥିସହ ସଞ୍ଜୟ ମିଶ୍ର କୌଣସି ରାଜ୍ୟର ଡିଜିପି ନୁହେଁ ଯେ କୋର୍ଟ ତାଙ୍କ ଉପରେ କିଛି ରାୟ ଦେଇପାରିବେ। ସଞ୍ଜୟ ଦେଶ ପାଇଁ ଜାତିସଂଘରେ ମଧ୍ୟ ମତାମତ ରଖନ୍ତି। ତେଣୁ କୋର୍ଟ ଏହି ମାମଲାରୁ ନିଜକୁ ନିବୃତ କରିବା କଥା ବୋଲି କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଆଗ୍ରାହ୍ୟ କରିଦେଇଥିଲେ।

Leave A Reply

Your email address will not be published.