Odisha Link
Bridging the Missing Links in Odisha

ବାଲେଶ୍ବର ଟ୍ରେନ୍‌ ଟ୍ରାଜେଡି: ପୁଣି ୪ ଦିନ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଟ୍ରେନ୍‌ ଟ୍ରାଜେଡିର ସତ ଖୋଜିବାରେ ଲାଗିଛି ସିବିଆଇ। ଗିରଫ ହୋଇଥିବା ୩ ଅଭିଯୁକ୍ତଙ‌କୁ ଆଉ ୪ ଦିନିଆ ରିମାଣ୍ଡରେ ନେଇଚି ସିବିଆଇ। ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବ ସିବିଆଇ। ଏନେଇ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ।

ଆଜି ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କ ୫ ଦିନିଆ ରିମାଣ୍ଡ ସରିଥିଲା। ଆଜି କୋର୍ଟରେ ହାଜର କରିବା ପୂର୍ବରୁ ୩ ଅଭିଯୁକ୍ତଙ୍କୁ ପ୍ରଥମେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ମେଡିକାଲକୁ ନିଆଯାଇଥିଲା। ସେଠାରେ ମେଡିକାଲ ଟେଷ୍ଟ ପରେ ସେମାନଙ୍କୁ ଚନ୍ଦକା ଥାନାକୁ ଅଣାଯାଇଥିଲା। ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଅନ୍ୟପଟେ ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ। ଏହି ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଜାମିନ ଆବେଦନ କରିଛନ୍ତି। ସିନିୟର୍ ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ ଓ ସେକ୍ସନ ଇଂଜିନିୟର ଅମୀର ଖାନ୍‌ଙ୍କ ପାଇଁ ତାଙ୍କ ଓକିଲ ଏହି ଜାମିନ ଆବେଦନ କରିଛନ୍ତି।

Leave A Reply

Your email address will not be published.