ଆଜି ଅପରାହ୍ନରେ ବନ୍ଦ ରହିବ ଜଗା ଦର୍ଶନ, ଜାଣନ୍ତୁ ଏହାର କାରଣ
୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଓଏଲ୍ ବ୍ୟୁରୋ: ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀଜିଉଙ୍କ ଏହି ବନକଲାଗି ନୀତି ସମୟରେ ସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ବନକଲାଗି ନୀତି କରିବେ। ମହାପ୍ରଭୁଙ୍କ ବନକଲାଗି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ।
ଖବର ଅନୁସାରେ, ଦ୍ବିତୀୟ ଭୋଗମଣ୍ତପରେ ଠାକୁରଙ୍କର ଏହି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଗୋଷ୍ଠୀଗତ ଭାବେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ସାଧାରଣତଃ ଅପରାହ୍ନ ସମୟରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହୋଇଥାଏ। ତେବେ ବନକଲାଗି ନୀତି ପରେ ମହାସ୍ନାନ ଓ ଏହାପରେ ସାଧାରଣ ଦର୍ଶନ ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି।।