Odisha Link
Bridging the Missing Links in Odisha

ଯୁକ୍ତ ଦୁଇ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା, ଦୁର୍ବୃତ୍ତ ଫେରାର୍

ଝିଅର ରକ୍ତାକ୍ତ ମୃତଦେହ ଘରେ ପଡ଼ିଥିବା ଦେଖିଥିଲେ

ଓଏଲ୍‌ ବ୍ୟୁରୋ: ବଲାଙ୍ଗିର ସେଣ୍ଟ୍ରାଲ ସ୍କୁଲ ନିକଟ ନିଖିଲ ନଗରରେ ଘଟିଥିବା ହତ୍ୟା ଘଟଣା ସାମ୍ନାକୁ ଆସିଛି। ନାବାଳିକାଙ୍କ ବାପାମା’ କାମକୁ ଯାଇଥିବା ସମୟରେ ଘରେ ପଶି ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣା ପଡିଛି। ଘଟଣାସ୍ଥଳରେ ଟାଉନ୍ ପୁଲିସତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ, ଆଜି ସକାଳେ ଯୁକ୍ତ ଦୁଇରେ ପଢ଼ୁଥିବା ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପାମା’ କାମକୁ ଯାଇଥିବା ସମୟରେ ନାବାଳିକା ଜଣଙ୍କ ଘରେ ଏକା ଥିଲେ। ପରେ ବାପା ମା ଘରେ ଆସି ପହଞ୍ଚି ଝିଅର ରକ୍ତାକ୍ତ ମୃତଦେହ ଘରେ ପଡ଼ିଥିବା ଦେଖିଥିଲେ। ଏନେଇ ସେମାନେ ପାଖ ପଡୋଶୀଙ୍କୁ ପଚରାଉଚରା କରିବା ସହ ପୁଲିସକୁ ଖବର ଦେଇଥିଲେ। ତେବେ ଦୁର୍ବୃତ୍ତ ଏଭଳି ନାରକୀୟ କାନ୍ଦ କେଉଁ କାରଣ ପାଇଁ ଭିଆଇଚନ୍ତି ତାହାର କାରଣ ସ୍ପଷ୍ଟ ହୋଇପାରିନାହିଁ।

Leave A Reply

Your email address will not be published.