ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ ମହିଳା ଏଏସ୍ଆଇ
ଏହା ସହ ଏଏସ୍ଆଇ ମମତା ବସ୍ତିଆଙ୍କ ଦୁଇଟି ଘରେ ଚଢ଼ାଉ ଜାରି

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ। ୧୫ ହଜାର ଲାଞ୍ଚ ନେବାବେଳେ ସହିଦନଗର ଥାନାର ମହିଳା ଏଏସ୍ଆଇ ମମତା ବସ୍ତିଆ ଧରାପଡ଼ିଛନ୍ତି। ଏକ ମାମଲାର ରଫା ଦଫା ପାଇଁ ମହିଳା କର୍ମଚାରୀ ଲାଞ୍ଚ ନେଉଥିଲେ। ୧୫ ହଜାର ଲାଞ୍ଚ ନେଲା ବେଳେ ଏଏସ୍ଆଇ ମମତା ବସ୍ତିଆଙ୍କୁ ଭିଜିଲାନ୍ସ ଧରିଲା। ଏହା ସହ ଏଏସ୍ଆଇ ମମତା ବସ୍ତିଆଙ୍କ ଦୁଇଟି ଘରେ ଚଢ଼ାଉ ଜାରି କରାଯାଇଛି।