Odisha Link
Bridging the Missing Links in Odisha

୨୦୨୪ ନିର୍ବାଚନ: NDAକୁ ଟକ୍କର ଦେବ କି INDIA?

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ମାହୋଲ ସରଗରମ ହୋଇ ଉଠୁଛି। ଶାସନାଧିନ ଏନଡିଏକୁ ସରକାରରୁ ଗାଦିଚ୍ୟୁତ କରିବାକୁ ବିରୋଧି ବାରମ୍ବାର ମେଳି କରୁଥିବା ବେଳେ ବିରୋଧୀଙ୍କୁ କିଭଳି ଚକମା ଦେବ ସେ ନେଇ ରଣନୀତି ପ୍ରସ୍ତୁତ କରୁଛି ଏନଡିଏ । ଏସବୁ ମଧ୍ୟରେ ଗୋଟିଏ କଥା ସ୍ପଷ୍ଟ ହୋଇ ସାରିଛି ଯେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଜୋରଦାର ଲଢ଼େଇ ହେବ। ବେଙ୍ଗାଲୁରୁରେ ବିରୋଧୀଙ୍କ ମହାବୈଠକରେ ୨୬ଟି ଦଳ ସାମିଲ ହୋଇ ନିଜର ନୂଆ ନାଁ ସମ୍ପର୍କରେ ଆଲୋଚନା କରିଛନ୍ତି। ଯାହାର ନାମ INDIA(ଇଣ୍ଡିଆ) ଥିବା ଜଣାପଡ଼ିଛି।

ବିରୋଧୀ ମେଣ୍ଟ ଇଣ୍ଡିଆ ନାମରେ ପରିଚୟ ହାସଲ କରିବ ବୋଲି ଜଣାପଡ଼ିଛି। ଇଣ୍ଡିଆ ପୂରା ନାଁ ହେଲା Indian National Democratic Inclusive Alliance। ବାମ ଦଳ ପକ୍ଷରୁ ଆଲିଆନ୍ସ ଶବ୍ଦକୁ ବିରୋଧ କରାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ରହିବ ବୋଲି ସ୍ଥିର କରାଯାଇଛି। ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ NDAକୁ କଡ଼ା ଟକ୍କର ଦେବା ପାଇଁ ବିରୋଧୀଙ୍କ ମେଣ୍ଟ INDIA ପ୍ରସ୍ତୁତି ହେଉଛି।

ବେଙ୍ଗାଲୁରୁରେ ଆୟୋଜିତ ବିରୋଧୀଙ୍କ ମହାବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡଗେ କହିଛନ୍ତି, ୨୬ଟି ଦଳ ଏକଜୁଟ୍ ହୋଇ କାମ କରିବାକୁ ପ୍ରସ୍ତୁତ ଏଥିପାଇଁ ମୁଁ ବହୁତ ଖୁସି। ଏବେ ଆମର ୧୧ଟି ରାଜ୍ୟରେ ସରକାର ରହିଛି। ବିଜେପିକୁ ଏକାକୀ ୩୦୩ ଆସନ ମିଳିନାହିଁ। ନିଜ ସହଯୋଗୀଙ୍କ ଜରିଆରେ ବିଜେପି କ୍ଷମତାକୁ ଆସିଛି ଏବଂ ସରକାର ଗଢିବା ପରେ ନିଜ ସହଯୋଗୀଙ୍କୁ ବିଦା କରିଛି। ଏବେ ବିଜେପି ନିଜର ପୁରୁଣା ସହଯୋଗୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ବ୍ୟଗ୍ର ହୋଇ ଉଠିଛି। କାରଣ ବିରୋଧୀ ଯେଉଁଭଳି ଏକାଠି ହୋଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଲେଣି ତାହା ବିଜେପିକୁ ବିଚଳିତ କରିଛି।

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ହୋଟେଲ୍‌ ଦ ଅଶୋକାରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିବା ବେଳେ ୩୮ ଦଳର ନେତା ଏଥିରେ ଭାଗ ନେଇଛନ୍ତି। ଆଗାମୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସହଯୋଗୀ ଦଳଙ୍କୁ ସାଥିରେ ନେଇ ନୂଅ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

Leave A Reply

Your email address will not be published.