ଆସନ୍ତାକାଲି ସଂସଦର ମୌସୁମୀ ଅଧିବେଶନ
ସୁରୁଖୁରୁରରେ ଗୃହ ପରିଚାଳନା ନେଇ ବାଚସ୍ପତି ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏନେଇ ପୂର୍ବରୁ ଟ୍ୱିଟ୍ କରି ସୂଚନା ଦେଇଥିଲେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଜୋଶୀ। ମୋଟ ୨୩ ଦିନ ଚାଲିବାକୁ ଥିବା ମୌସୁମୀ ଅଧିବେସନ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏଥର ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି। ସୁରୁଖୁରୁରରେ ଗୃହ ପରିଚାଳନା ନେଇ ବାଚସ୍ପତି ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି।
ଅନ୍ୟପଟେ, ସଂସଦ ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଦରବୃଦ୍ଧି, ରେଳ ସୁରକ୍ଷା ଓ ମଣିପୁର ହିଂସା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଦିଲ୍ଲୀରେ କେନ୍ଦ୍ର ଆଣିଥିବା ନୂଆ ଅଧ୍ୟାଦେଶ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ସବୁ ବିରୋଧୀ ଏକ ହୋଇ ବିରୋଧ କରିବାକୁ ମଧ୍ୟ ରଣନୀତି କରାଯାଇଛି।