Odisha Link
Bridging the Missing Links in Odisha

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ମହାମହିମ: ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ବ୍ୟାପକ ପ୍ରସ୍ତୁତି

ବିମାନ ବନ୍ଦରରୁ ଓହ୍ଲାଇ ମହାମହିମ ସ୍ୱତନ୍ତ୍ର କାରକେଡରେ ସିଧା ରାଜଭବନ ଯିବେ।

ଓଏଲ୍‌ ବ୍ୟୁରୋ: ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡିଶା ଗସ୍ତ ପୂର୍ବରୁ ଗତକାଲି କାରକେଡ୍ ରିହରସେଲ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ସନ୍ଧ୍ୟା ୬ଟା ୧୦ରେ ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା କାର୍ଯ୍ୟସୂଚୀ ରହିଛି। ବିମାନ ବନ୍ଦରରୁ ଓହ୍ଲାଇ ମହାମହିମ ସ୍ୱତନ୍ତ୍ର କାରକେଡରେ ସିଧା ରାଜଭବନ ଯିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରିଛି କମିଶନରେଟ ପୁଲିସ। ଭୁବନେଶ୍ୱରରେ ୧୨ ଜଣ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଆଇଆଇସି, ୩୬ ପ୍ଲାଟୁନ ପୁଲିସ ଫୋର୍ସ, ମୁତୟନ କରାଯିବାର ସୂଚନା ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୂର୍ବ ପ୍ରସ୍ତୁତି କରାଯାଉଥିବା ଥିବାବେଳେ ଗସ୍ତ ସମୟରେ ନିୟୋଜିତ ହେବେ ୫୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ୩ ଶହ ଅଫିସର।

ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ମହାମହିମ ଦ୍ରୌପଦୀ ମୁର୍ମୁ କଟକ ଆସୁଛନ୍ତି। ଦିନ ତମାମ କଟକରେ ରହି ରାଷ୍ଟ୍ରପତି ୭ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏସସିବି ଗସ୍ତରେ ଆସୁଥିବାରୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଆୟୋଜନ କରିବା ପାଇଁ ଛାତ୍ର ସଂସଦ ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି।

ଅନ୍ୟପଟେ, ଭଦ୍ରକ ମହାବିଦ୍ୟାଳୟ ଓ ପ୍ରଶାସନ ଚଳଚଂଚଳ ହୋଇପଡ଼ିଛି, କାରଣ ଆସନ୍ତା ୨୭ ତାରିଖରେ ଭଦ୍ରକ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭଦ୍ରକ ମହାବିଦ୍ୟାଳୟ ଓ ପ୍ରଶାସନ ଏହାକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି।

Leave A Reply

Your email address will not be published.