Odisha Link
Bridging the Missing Links in Odisha

ଭୁଶୁଡ଼ିଲା ନିର୍ମାଣଧୀନ କଲଭର୍ଟ; ୪ ଶିଶୁଙ୍କ ସମେତ ୫ ମୃତ

ଓଏଲ୍‌ ବ୍ୟୁରୋ: ରାୟଗଡ଼ା କଲ୍ୟାଣସିଂହପୁର ନିକଟରେ ବଡ଼ ଅଘଟଣ। ଏନ ନିର୍ମାଣଧିନ କଲଭର୍ଟ ଛାତ ଭୁଶୁଡ଼ିଯିବାରୁ ସକାଳେ ୫ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡ଼ିଛି। ଏପରିକି କିଛି ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି।

ସୂଚନା ମୁତାବକ, କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ତାହାର ଛାତ ପଡ଼ିଛି। ଏହାପରେ ଲଗାଣ ବର୍ଷା ଆରମ୍ଭ ହେବାରୁ କଲଭର୍ଟ କାମ ଅଟକି ରହିଥିଲା। ତେବେ ପ୍ରତିଦିନ ପରି ଆଜି ବି କିଛି ଲୋକ ଓ ଶିଶୁ ଉକ୍ତ ନାଳରେ ଗାଧୋଉଥିଲେ। ଏହି ସମୟରେ ୫ ଜଣଙ୍କ ଉପରେ ବ୍ରିଜଟି ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ଅଘଟଣ ଯୋଗୁ କିଛି ଆହତ ହୋଇଥିବା ବେଳେ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ମିଳି ପାରିନି।

ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣଧୀନ ବ୍ରିଜଟି ଭୁଶୁଡ଼ି ପଡ଼ିବାରୁ ଅକାଳରେ ୫ ନିରୀହ ଜୀବନ ଚାଲି ଯାଇଛି। ଠିକାଦାରଙ୍କ ନିମ୍ନମାନର କାମ ହେତୁ ବହୁ ପରିବାର ଉଜୁଡ଼ି ଗଲା ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି। ୨ ଚକିଆ ଯାନ ସମେତ ଲୋକଙ୍କ ଯାତାୟତ ନିମନ୍ତେ ଏହି କଲଭର୍ଟ ନିର୍ମିତ ହୋଇଥିଲା ।

Leave A Reply

Your email address will not be published.