ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ, ଟ୍ୱିଟ୍ କରି ଖୁସିବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଖୁବଶୀଘ୍ର କଳାହାଣ୍ଡିକୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ୧୯୬୨ରେ ସ୍ଥାପିତ ହୋଇଥିଲା କେବିକେ ଜିଲ୍ଲାର ଏହି ସର୍ବ ପୁରାତନ ଉତ୍କେଲା ଏୟାରଷ୍ଟ୍ରିପ୍। କଳାହାଣ୍ଡି କେସିଙ୍ଗା ବ୍ଳକ ଅନ୍ତର୍ଗତ ଉତ୍କେଲାରେ ଏହି ଏୟାରଷ୍ଟ୍ରିପ ରହିଛି। ଏହାର ରନୱେ ସମ୍ପ୍ରସାରଣ ସହ ଟର୍ମିନାଲ୍ ବିଲଡିଂ, ଷ୍ଟାଫ୍ କ୍ବାଟର୍ସ, ବାରାକ, ଅଗ୍ନିଶମ କାର୍ଯ୍ୟାଳୟ ଭଳି ଅନ୍ୟାନ୍ୟ ଭିତ୍ତିଭୂମି କାମ ପ୍ରାୟ ସରିଯାଇଛି।
ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ ଡିଜିସିଏ ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହା ସହ ବିମାନ ଚଳାଚଳ ପାଇଁ ଡିଜିସିଏ ଲାଇସେନ୍ସ ପ୍ରଦାନ କରିଛନ୍ତି। ଡିଜିସିଏର ଲାଇସେନ୍ସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସିବ୍ୟକ୍ତ କରିଛନ୍ତି। ଖୁବଶୀଘ୍ର ଉତ୍କେଲା ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି।
Glad to share that #UtkelaAirport in #Kalahandi district has received DGCA license to start flight operations. Soon flight operations will commence to #Bhubaneswar. It will boost connectivity, commerce & tourism, fulfilling aspirations of people of the region. pic.twitter.com/cWpGpcxXzt
— Naveen Patnaik (@Naveen_Odisha) August 7, 2023