ଫିରିଙ୍ଗିଆ ଥାନା ଜାଳିବା ଘଟଣା: ଗିରଫଦାରୀ ସଂଖ୍ୟା ୨୧କୁ ବୃଦ୍ଧି

ଓଏଲ୍ ବ୍ୟୁରୋ: ଫୁଲବାଣି ଫିରିଙ୍ଗିଆ ଥାନାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଫିରିଙ୍ଗିଆ ଥାନାରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇଥିବା ଜଣା ପଡିଥିଲା। ପୁଲିସ ପ୍ରତି ଆକ୍ରୋଶରୁ ଉତ୍ତେଜନା ପରେ ନିଆଁ ଲଗାଇଥିଲେ। ଗଞ୍ଜେଇ ଚାଲାଣରେ ଲିପ୍ତ ଥିବା ଅଭିଯୋଗ କରି ଥାନା ଜାଳିବା ସହ ଥାନା ଆଇଆଇସି ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଫିରିଙ୍ଗିଆ ଥାନା ଜାଳିବା ଘଟଣାରେ ସଂପୃକ୍ତ ଥିବା ଦୋଷୀକୁ ପୁଲିସ ଗିରଫ କରୁଛି। ଫିରିଙ୍ଗିଆ ଥାନା ପୋଡ଼ି ଏବଂ ପୁଲିସକୁ ଆକ୍ରମଣ କରିବାକୁ ନେଇ ଫିରିଙ୍ଗିଆ ଥାନାରେ ପୂର୍ବତନ ଥାନା ଅଧିକାରୀ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲା ଆଧାରରେ ପୋଲିସ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଜାମିନ୍ ଖାରଜ ପରେ ସମସ୍ତଙ୍କୁ ଫୁଲବାଣୀ କାରାଗାରକୁ ପଠାଇ ଦିଆଯାଇଛି।