Odisha Link
Bridging the Missing Links in Odisha

ବାହାନଗାରେ ବଜ୍ରାଘାତ, ଚାଲିଗଲା ଦୁଇ ଜଣଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ପୁଣି ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ବଜ୍ରାଘାତ କାରଣରୁ ଅକାଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଓସଙ୍ଗ ଗ୍ରାମର ଉପେନ୍ଦ୍ର ମଳିକ ହୋଇଥିବାବେଳେ ଅନ୍ୟ ଜଣେ ବଳରାମପୁର ଗ୍ରାମର ମଙ୍ଗ ମଳିକ। ବିଲକୁ ଚାଷ କାମ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ଜଣା ପଡିଛି।

Leave A Reply

Your email address will not be published.