Odisha Link
Bridging the Missing Links in Odisha

ମୟୂରଭଞ୍ଜବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ୧୩ ଗୋଟି ଉନ୍ନୟନମୂଳକ ପ୍ରକଳ୍ପରେ ମାରିଲେ ମୋହର

ଓଏଲ୍‌ ବ୍ୟୁରୋ: ମୟୂରଭଞ୍ଜବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ ଗତ ମାର୍ଚ୍ଚ ମାସରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ। ଜିଲ୍ଲାର ନାଗରିକ ଓ କମ୍ୟୁନିଟି ସଦସ୍ଯଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଅଭିଯୋଗ ଓ ମତାମତ ସଂଗ୍ରହ କରିଥିଲେ। ଜିଲ୍ଲାବାସୀଙ୍କ ଅନୁରୋଧଗୁଡିକୁ ଆଧାର କରି ମୁଖ୍ୟମନ୍ତ୍ରୀ ୩୫୭.୬୪ କୋଟି ଟଙ୍କାର ୧୩ ଗୋଟି ଉନ୍ନୟନ ମୂଳକ ପ୍ରକଳ୍ପ ମୟୁରଭଞ୍ଜ ଜିଲ୍ଲା ପାଇଁ ଅନୁମୋଦନ କରିଛନ୍ତି। ଏହି ଅନୁମୋଦନ କ୍ରମେ ମୟୂରଭଂଜଵାସୀ ଉପକୃତ ହେବେ।

Leave A Reply

Your email address will not be published.