ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଅଘଟଣ: ଜଣେ ଓଡ଼ିଆ ଯବାନ ସହିଦ, ସର୍ଚ୍ଚ ଅପରେସନ ଜାରି
ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗ୍ରାମରେ

ଓଏଲ୍ ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣା ପଡିଥିଲା। ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିବା ଜଣା ପଡିଛି। ଗୁଳିବିନିମୟ ସମୟରେ ଦୁଇ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଥିବାବେଳେ ଆଉ ଜଣେ ବିହାର ଯବାନ ଗୁରୁତର ହୋଇଥିଲେ।
ଖବର ଅନୁସାରେ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଦୁଇ ଯବାନ ଆହତ ହୋଇଥିଲେ। ଦୁହେଁ ସିଆରପିଏଫ ୬୦ ବାଟା ଲିଅନ ଯବାନ ହୋଇଥିବାବେଳେ ସହିଦ ଯବାନ ହେଲେ ସୁଶାନ୍ତ ଖୁଣ୍ଟିଆ। ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗ୍ରାମରେ ହୋଇଥିବାବେଳେ ଗୁରୁତର ଯବାନଙ୍କ ଘର ଉତ୍ତର ପ୍ରଦେଶରେ ବୋଲି ସୂଚନା ରହିଛି। ଘଟଣା ପରେ ଟେଣ୍ଟୋ ଗ୍ରାମକୁ ଯବାନମାନେ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି କରାଯାଇଛି।