Odisha Link
Bridging the Missing Links in Odisha

ଯାଜପୁରରେ ଅଭାବନୀୟ ଘଟଣା: ମଣିଷଖିଆ କୁମ୍ଭୀର ନେଲା ପୁଣି ଏକ ଜୀବନ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ପରେ ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି କୁମ୍ଭୀର। ଯାଜପୁରରେ ଘଟିଛି ଏଭଳି ଏକ ଘଟଣା ଯାହା ଅତ୍ୟନ୍ତ ହୃଦୟବିଦାରକ। ବରୀ ବ୍ଲକର ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ନଦୀକୁ ଲୁଗା ସଫା କରିବା ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିଲା। ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳେକୁ କୁମ୍ଭୀରଟି ମହିଳାଙ୍କ ଶରୀର ଆଉ ଅଳ୍ପ କିଛି ଅଂଶ ଛାଡି ସବୁ ଖାଇ ଦେଇଥିଲା।

ସୂଚନା ଅନୁସାରେ, ଯାଜପୁରର ଜୋସ୍ନା ଜେନା ବିରୁପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା। ପରେ କୁମ୍ଭୀର ମହିଳାଙ୍କୁ ଆକ୍ରମଣ କରୁଥିବା ଘଟଣା ମୋବାଇଲରେ କଏଦ ହୋଇଛିା ନଦୀ କୂଳରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛିା

Leave A Reply

Your email address will not be published.