ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ବିଜେଡିରୁ ଶରତ ନାୟକ ନିଲମ୍ବିତ

ଓଏଲ୍ ବ୍ୟୁରୋ: ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିରୋଧୀ ଶାସକ ଦଳ ମୃତ୍ୟୁ ପ୍ରସଙ୍ଗକୁ ଉଠାଇ ଶାସକ ଦଳ ବିଜେଡିକୁ ଟାର୍ଗେଟ କରିବାରେ ଲାଗିଛି। ଏସବୁ ମଧ୍ୟରେ ବିବାଦ ଘେରକୁ ଆସିଥିବା ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ଦଳରୁ ନିଲମ୍ବିତ କରିଛି ବିଜେଡି। କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି।
ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ନେଇ ଶରତଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏହି ମାମଲାର ସନ୍ଦିଗ୍ଧ ଖେଳ ଶିକ୍ଷକଙ୍କ ମା’ଙ୍କ ସହ ତାଙ୍କର କଥାବାର୍ତ୍ତା ଭାଇରାଲ ହୋଇଛି। ଅଡିଓରେ ମାମଲା ରଫାଦଫା ପାଇଁ ସେ ୭୦ ହଜାର ମାଗୁଥିବା ଶୁଣିବାକୁ ମିଳିଛି।
ଏହି ନାବାଳିକା ମୃତ୍ୟୁ ମାମଲାରେ ଆଜି ଝିଅର ପ୍ରେମିକ ତଥା ଖେଳ ଶିକ୍ଷକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଛାତ୍ରୀ ଜଣଙ୍କୁ ପ୍ରେମ କରୁଥିବା କଥା ସତ। କିନ୍ତୁ ଝିଅର ବାପା ଅନେକ ସମୟରେ ମାଡ ମାରୁଥିଲେ। ଆଉ ଛାତ୍ରୀ ଜଣଙ୍କ ଆସି ବିଭିନ୍ନ ସମୟରେ ଦୁଃଖ କଥା କହିବା ପରେ ସମବେଦନା ଆସିଥିଲା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ଶିକ୍ଷକ ଜଣଙ୍କ କହିଛନ୍ତି।