Odisha Link
Bridging the Missing Links in Odisha

କେନ୍ଦ୍ରରେ ପୁଣି ଥରେ ‘ମୋଦି ସରକାର’: ସର୍ଭେ ରିପୋର୍ଟ

ଓଏଲ୍‌ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଲାଲକିଲ୍ଲାରୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨୦୨୪ରେ କ୍ଷମତାକୁ ଫେରିବେ ବୋଲି ଦମ୍ଭୋକ୍ତି କରିଥିଲେ। ଆଉ ଏହାର ଦିନକ ପରେ ଟାଇମ୍ପ ନାଓ-ଇଟିଜି ତା’ର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଯାହା ଏବେ ଜାତୀୟ ରାଜନୀତିକୁ ହୁଲୁସ୍ତୁଲ କରି ଦେଇଛି।

ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଆଜିକା ତାରିଖରେ ଯଦି ନିର୍ବାଚନ ହେବ, ତା’ହେଲେ ୩୦୦ରୁ ଅଧିକ ଆସନ ଜିତି ବିଜେପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ କ୍ଷମତା ଦଖଲ କରିବ। ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୬ରୁ ୩୨୬ଟି ଆସନ ଜିତିବ। ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆ ୧୬୦ରୁ ୧୯୦ଟି ଆସନରେ ସୀମିତ ରହିବ। ଏନଡିଏ କିମ୍ବା ଇଣ୍ଡିଆରେ ନଥିବା ୱାଇଏସ୍‌ଆର କଂଗ୍ରେସ ଆନ୍ଧ୍ରପ୍ରଦେଶରେ ୨୪ରୁ ୨୫ଟି ଓ ଓଡ଼ିଶାରେ ବିଜେଡି ୧୨ରୁ ୧୪ଟି ଲୋକସଭା ଆସନ ଦଖଲ କରିବ।ସେହିପରି ଅନ୍ୟାନ୍ୟ ଦଳ ୧୧ରୁ ୧୪ଟି ସ୍ଥାନରେ ଜିତି ପାରନ୍ତି।

ସେହିପରି ଆହୁରି ଉଲ୍ଲେଖ ରହିଛି ଯେ, ଏନଡିଏ କ୍ଷମତାକୁ ଫେରିବାର ସମ୍ଭାବନା ଥିଲେ ହେଁ ୨୦୧୯ ଅପେକ୍ଷା ମେଣ୍ଟର ଆସନ ସଂଖ୍ୟା କମିବ। ୨୦୧୯ରେ ଏନଡିଏ ୩୫୩ଟି ଆସନ ଜିତିଥିଲା। ହେଲେ ଏଥର ଏହା ୩୩୦ ମଧ୍ୟରେ ସୀମିତ ରହିବ। ଏନଡିଏକୁ ରୋକିବା ପାଇଁ ବିରୋଧୀ ଇଣ୍ଡିଆ ଗଠନ କରିଥିଲେ ମଧ୍ୟ ଏହା ସେତେଟା ସଫଳତା ହାସଲ କରିପାରିବ ନାହିଁ।

Leave A Reply

Your email address will not be published.