Odisha Link
Bridging the Missing Links in Odisha

ଦୁର୍ଘଟଣା ପରେ ପ୍ରଥମଥର ପାଇଁ ବ୍ୟାଟିଂ କଲେ ପନ୍ତ, ଖେଳିଲେ ବଡ଼ ବଡ଼ ଶଟ

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ଆସିଛି ବଡ଼ ଖବର। ଧୀରେ ଧୀରେ ସୁସ୍ଥ ହେଉଥିବା ଋଷଭ ପନ୍ତ ପ୍ରଥମଥର ପାଇଁ ପଡ଼ିଆରେ ଅଭ୍ୟାସ କରିବା ସହିତ ବ୍ୟାଟିଂ ମଧ୍ୟ କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

୭୭ ତମ ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ କ୍ୟାପିଟାଲ୍ସର କୋ ୱନର ପାର୍ଥ ଜିନ୍ଦଲଙ୍କ ଜେଏସଡବ୍ଲ୍ୟୁ ପକ୍ଷରୁ ଏକ ବନ୍ଧୁତପୂର୍ଣ୍ଣ ମ୍ୟାଚ୍‌ ଆୟୋଜନ କରାଯାଇଥିଲା। ଯେଉଁଥିରେ ଖେଳିଥିଲେ ପନ୍ତ। ଏହି ମ୍ୟାଚ୍‌ରେ ପନ୍ତ ବ୍ୟାଟିଂ କରିବା ସହ ବଡ଼ବଡ଼ ଶଟ ମଧ୍ୟ ମାରିଛନ୍ତି। ପନ୍ତ ବ୍ୟାଟିଂ କରୁଥିବା ବେଳେ ସେଠାରେ ଉପସ୍ଥିତ ଲୋକମାନେ କରତାଳି ମାରି ତାଙ୍କୁ ସ୍ୱାଗତ କରିଛନ୍ତି।

ସମ୍ପୂର୍ଣ୍ଣ ଫିଟ୍‌ ହୋଇଥିବା ପନ୍ତ ବର୍ତ୍ତମାନ ଏନଏସଏରେ ଆହତ ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ସେ ବେଙ୍ଗାଲୁରୁ ନିକଟରେ ଥିବା ଗୋଟିଏ ପଡ଼ିଆରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଛନ୍ତି।

ସୂଚନାଥାଉକି, ଡିସେମ୍ବର ୩୦ରେ ପନ୍ତଙ୍କ କାର୍‌ ଦିଲ୍ଲୀ-ଡେରାଡୁନ ମଧ୍ୟରେ ଥିବା ଗୋଟିଏ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। ତାଙ୍କ କାର୍‌ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ପନ୍ତ ଗୁରୁତର ଆହତ ହୋଇଥିଲା। ତାଙ୍କ ଆଣ୍ଠୁର ସର୍ଜରୀ ମଧ୍ୟ କରାଯାଇଥିଲା।

Leave A Reply

Your email address will not be published.