Odisha Link
Bridging the Missing Links in Odisha

ନିର୍ବାଚନ ତାରିଖ ଘୋଷଣା ନହେଉଣୁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସକ୍ରିୟ ଭାରତୀୟ ଜନତା ପାର୍ଟି। ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଆଡ଼କୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନଜରରେ ରଖି ବିଜେପି ଆରମ୍ଭ କରିଛି ମାଷ୍ଟର ପ୍ଲାନ୍‌। ପ୍ରଥମଥର ପାଇଁ ବିଜେପି ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦଳ ଏଥିରେ ଲଢ଼ିବାକୁ ଥିବା କିଛି ପ୍ରାର୍ଥୀଙ୍କ ନାଁ ବଧିବଦ୍ଧ ଭାବେ ଜାରି କରିଛି।

ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଦଳ ପକ୍ଷରୁ ମଧ୍ୟପ୍ରଦେଶର ୩୯ଟି ଏବଂ ଛତିଶଗଡ଼ର ୨୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବୁଧବାର ଦିଲ୍ଲୀରେ ବିଜେପି ସଭାପତି ଜେ.ପି.ନଡ୍ଡାଙ୍କ ଅଧ୍ୟକ୍ଷତାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ବୈଠକ ବସିଥିଲା।

ଚଳିତ ବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନିର୍ବାଚନ କମିଶନ ଏଥିପାଇଁ ଏଯାଏ ତାରିଖ ଘୋଷଣା କରି ନାହାନ୍ତି। କିନ୍ତୁ ବିଜେପି ପକ୍ଷରୁ ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି।

କର୍ଣ୍ଣାଟକରେ ବିଜେପି ହାରିବା ପରେ ଦଳ ଆଉ କେଉଁ ରାଜ୍ୟରେ ନ ହାରିବା ଲକ୍ଷ୍ୟ ରଖି ସମୟ ଥାଉ ଥାଉ ରଣନୀତି ତିଆରି କରିବାରେ ଲାଗିଛି। ଚଳିତ ବର୍ଷ ଛତିଶଗଡ଼, ମଧ୍ୟପ୍ରଦେଶ ବ୍ୟତୀତ ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ମଧ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ରାଜସ୍ଥାନ ଓ ଛତିଶଗଡ଼ରେ ଏବେ କଂଗ୍ରେସ କ୍ଷମତାରେ ରହିଛି। ତେଲେଙ୍ଗାନାରେ କେସିଆର ଥିବା ବେଳେ ବିଜେପି ମଧ୍ୟପ୍ରଦେଶ ଓ ମିଜୋ ନ୍ୟାଶନାଲ ଫ୍ରଣ୍ଟ ସମର୍ଥନରେ ମିଜୋରାମରେ ସରକାଗର ଗଠନ କରିଛି। ଏବେ ଛତିଶଗଡ଼ ଓ ରାଜସ୍ଥାନକୁ ଦଖଲ କରିବାକୁ ମଧ୍ୟ ବିଜେପି ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳ ଯଥେଷ୍ଟ ଆଗରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

Leave A Reply

Your email address will not be published.