Odisha Link
Bridging the Missing Links in Odisha

ଆଇଏଏସ୍‌ ସ୍ତରରେ ଅଦଳବଦଳ: ରାମାଶିଷ ହାଜରାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ଆଇଏଏସ୍‌ ସ୍ତରରେ ଅଦଳବଦଳ। ଆଇଏଏସ୍ ତଥା ବୋର୍ଡ ସଭାପତି ଭାବେ କାର୍ଯ୍ୟରତ ଥିବା ରାମାଶିଷ ହାଜରାଙ୍କୁ ନୂଆ ଦାୟିତ୍ୱ ମିଳିଥିବା ଜଣା ପଡିଛି। ପୂର୍ବରୁ ବୋର୍ଡ ସଭାପତି ଭାବେ କାର୍ଯ୍ୟରତ ଥିବା ରାମାଶିଷ ହାଜରାଙ୍କୁ ପଶୁ ସମ୍ପଦ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।

ବର୍ତ୍ତମାନ ପଶୁ ସମ୍ପଦ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିବା ଆଇଏଏସ୍ ୟେଦୁଲା ବିଜୟଙ୍କୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଆଇଏଏସ୍ ଅଧିକାରୀ ଜ୍ୟୋତି ପ୍ରକାଶ ଦାସଙ୍କୁ ବିଏସଏଫର ଅତିରିକ୍ତ ଚାର୍ଜ ଦିଆଯାଇଛି।