ଭିଜିଲାନ୍ସ ପଞ୍ଝାରେ ଜଣେ ପୂର୍ବତନ ସରପଞ୍ଚ, ଏକକାଳୀନ ୨ଟି ସ୍ଥାନରେ ଚାଲିଛି ଚଢ଼ାଉ

ଓଏଲ୍ ବ୍ୟୁରୋ: ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଛି। ଡମପଡା ଦୁଲଣାପୁର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ରେଡ୍ ହୋଇଛି। ମନରେଗା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି। ଏକକାଳୀନ ୨ଟି ସ୍ଥାନରେ ରେଡ ଚାଲିଥିବାବେଳେ ପେଟ୍ରୋଲ ପମ୍ପରେ ମଧ୍ୟ ଚାଲିଛି ରେଡ୍। ମନରେଗା ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଛି।