Odisha Link
Bridging the Missing Links in Odisha

ହିମାଚଳରେ ପ୍ରକୃତିର ତାଣ୍ଡବ: ପୁଣି ଚାଲିଗଲା ୧୧ ଜୀବନ

ଓଏଲ୍‌ ବ୍ୟୁରୋ: ହିମାଚଳ ପ୍ରଦେଶରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ହିମାଚଳ ପ୍ରଦେଶରେ ବନ୍ୟା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୩୬୦କୁ ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଶୋଚନୀୟ ହେବାରେ ଲାଗିଛି। ଚଳିତ ବର୍ଷ ମୌସୁମୀ ଯେପରି ହିମାଚଳପ୍ରଦେଶ ପାଇଁ ଅଭିଶପ୍ତ ହୋଇ ଆସିଛି। ଏହି ବର୍ଷ ଏଠାରେ ଜୁନରେ ମୌସୁମୀ ପହଞ୍ଚିବା ପରେ ଅନେକ ଥର ବାଦଲଫଟା ବର୍ଷା ହେବା ଯୋଗୁଁ ପାଖାପାଖି ୩୬୦ଜଣଙ୍କର ମୃତ୍ୟୁ ହେବା ସହ ହଜାର ହଜାର ଘର ନିଶ୍ଚିହ୍ନ ହୋଇଯାଇଛି।

ତଥାପି ଏପରି ପ୍ରାକୃତିକ ବିପର୍ଯ୍ୟୟରେ ପୂର୍ଣ୍ଣଚ୍ଛେଦ ପଡିନି। ବର୍ଷାର କରାଳ ରୂପରେ ପୁଣି ବଳିପଡିଛି ଅନେକ ଜୀବନ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାଇଛି ୧୧ ଜୀବନ। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାପଡିଛି। ଏହାସହ ୫ଟି ଜାତୀୟ ରାଜପଥ ସହ ୭୦୯ ରାସ୍ତା ବନ୍ଦ ରହିଛି। ବୁଧବାର ସିମଲାରେ ଭୀଷଣ ଭୂସ୍ଖଳନ ହୋଇଛି। ମଣ୍ଡି ପଣ୍ଡୋହରେ ବାଦଲ ଫଟା ବର୍ଷା ଯୋଗୁଁ ଦୁଇଟି ଘର ସହ ସ୍କୁଲ ବି ପାଣିରେ ବହିଯାଇଛି। ଏଭଳି ଭୟଙ୍କର ପରିସ୍ଥିତି ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.