ମୌସୁମୀ ପ୍ରବାହ ଦୁର୍ବଳ, ଆହୁରି ୩ ଦିନ ହେବ ଅସହ୍ୟ ତାତି!

ଓଏଲ୍ ବ୍ୟୁରୋ: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହେତୁ ପ୍ରବଳ ଗୁଳୁଗୁଳି ହେବାର ଆଶଙ୍କା କରାଯାଉଛି। ଆହୁରି ୩ ଦିନ ମୌସୁମୀର ଦୁର୍ବଳ ସ୍ତିତି ଜାରିହରିବା ସହ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଦୁର୍ବଳ ସ୍ତିତି ହେତୁ ଅଗଷ୍ଟ ଶେଷ ଯାଏଁ ରାଜ୍ୟରେ କାଁ-ଭାଁ ବର୍ଷା ସମ୍ଭାବନା ରହିଛି।
✔️ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଯଥେଷ୍ଟ ଉତ୍ତରରେ ରହିବା ସହ ଆଜି ହିମାଳୟର ପାଦଦେଶ ରେ ଅବସ୍ଥାନ କରୁଛି
✔️ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି
✔️ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିବ
— Meteorological Centre, Bhubaneswar (@mcbbsr) August 29, 2023
ସୂଚନା ଅନୁସାରେ, ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଯଥେଷ୍ଟ ଉତ୍ତରରେ ରହିବା ସହ ଆଜି ହିମାଳୟର ପାଦଦେଶରେ ଅବସ୍ଥାନ କରୁଛି। ରହ ସହ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ଯାହା ଦ୍ୱାରା ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।