Odisha Link
Bridging the Missing Links in Odisha

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ମାନ୍ୟତା

ଓଏଲ୍ ବ୍ୟୁରୋ: ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ପାଲଟିଛି କଣ୍ଟେଇ ମୁଣ୍ଡି ବାଇଗଣ। ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍। କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି। ଏହି ବାଇଗଣ ବିଶେଷ ଭାବେ କଣ୍ଟିଲୋର ମହାନଦୀ ଅବବାହିକାରେ ଚାଷ କରାଯାଇଥାଏ। ଏହି ବାଇଗଣକୁ ଜିଆଇ ଟ୍ୟାଗ ଦେବାକୁ ରାଜ୍ୟ ପ୍ରଶାସନ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ।

ସୂଚନା ଅନୁସାରେ, ନୟାଗଡ଼ ସ୍ଥିତ କଣ୍ଟିଲୋ ନିକଟସ୍ଥ ସିଧାମୂଳା ଗ୍ରାମର ନୀଳମାଧବ କୃଷି ସଂଗଠନ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୭୩୯ ନଂ ଦରଖାସ୍ତରେ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି କରିଥିଲା। ଏଥି ପାଇଁ ଓୟୁଏଟି ସହଯୋଗ ମଧ୍ୟ କରୁଥିଲା। ତେବେ ଏହି କଣ୍ଟେଇ ମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମିଳିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହି ବାଇଗଣର ସ୍ଵତନ୍ତ୍ରତା ରହିଥିବାରୁ ଏହା ଜିଆଇ ଟ୍ୟାଗ୍ ପ୍ରାପ୍ତ କରିଛି।

Leave A Reply

Your email address will not be published.