Odisha Link
Bridging the Missing Links in Odisha

ଏସିଆ କପ୍‌ ୨୦୨୩: ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ପାକିସ୍ତାନ

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ମହାମୁକାବିଲା। ଏସିଆ କପ୍‌ ୨୦୨୩ର ସବୁଠାରୁ ବଡ଼ ମୁକାବିଲା ଆସନ୍ତାକାଲି ଖେଳାଯିବ। ଏସିଆ କପ୍‌ର ୫୦ତମ ମ୍ୟାଚ୍‌ ଖେଳାଯିବ। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଆସନ୍ତାକାଲି ମୁହାଁମୁହିଁ ହେବେ। ଶନିବାର ଅପରାହ୍ନ ୩ଟାରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ମହାମୁକାବିଲା ପୂର୍ବରୁ ଅର୍ଥାତ୍‌ ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ଦଳ ତାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି।

ଆସନ୍ତାକାଲି ମୁକାବିଲା ପାଇଁ ଆଜି ପ୍ରି ମ୍ୟାଚ୍‌ ପ୍ରେସ କନଫରେନ୍ସ ହୋଇଥିଲା। ଏହି ସମୟରେ ପାକିସ୍ତାନ ଅଧିନାୟକ ବାବର ଆଜମ ନିଜର ଚୂଡ଼ାନ୍ତ ଏକାଦଶ ସମ୍ପର୍କରେ ଘୋଷଣା କରିଛନ୍ତି। ଏସିଆ କପର ଓପନିଂ ମ୍ୟାଚ୍‌ରେ ପାକିସ୍ତାନ ବେଶ ସହଜରେ ନେପାଳକୁ ୨୩୮ ରନରେ ହରାଇଥିଲା। ଉକ୍ତ ମ୍ୟାଚ୍‌ରେ ଖେଳୁଥିବା ସମସ୍ତ ଖେଳାଳି ଭାରତ ବିପକ୍ଷରେ ମଧ୍ୟ ଲଢ଼େଇ କରିବେ। ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବାବର ସ୍ପଷ୍ଟ କରିଛନ୍ତି।

ପାକିସ୍ତାନ ଚୂଡ଼ାନ୍ତ ଏକାଦଶ: ଫଖର ଜମାନ, ଇମାମ ଉଲ ହକ, ବାବର ଆଜମ, ମହମ୍ମଦ ରିଜୱାନ, ଆଘା ସଲମାନ, ଇଫତକାର ଅହମଦ, ଶଦାବ ଖାନ, ମହମ୍ମଦ ନୱାଜ, ଶାହୀନ ଶାହ ଆଫ୍ରିଦି, ନଶୀମ ଶାହ ଓ ହରିଶ ରୌଫ।

Leave A Reply

Your email address will not be published.