Odisha Link
Bridging the Missing Links in Odisha

ମେଧାବୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସଚିବ

ଓଏଲ୍ ବ୍ୟୁରୋ: ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ମାଗଣାରେ ମେଡିକାଲ ଓ ଇଂଜିନିୟରିଂ ପାଠ ପଢ଼ିବେ ଏସସି, ଏସଏସଟି ଛାତ୍ରଛାତ୍ରୀ। କେବଳ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାଗଣାରେ ପଢ଼ିବେ।

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଆର୍ଥିକ ସହାୟତା ମିଳିବ ବୋଲି ସୂଚନା ରହିଛି। ସରକାରୀ ସ୍କୁଲରେ ପାଠପଢୁଥିବା ପିଲା ଏହି ଯୋଜନାରେ ସାମିଲ ହେବେ।ଏମ୍ଏମସିପିୱାୟୀ ଯୋଜନା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସଚିବ ଚିଠି ଲେଖିଛନ୍ତି। ଏହା ଦ୍ବାରା ଅନେକ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି।