Odisha Link
Bridging the Missing Links in Odisha

ଘ‌ଣ୍ଟାଏରେ ମାରିଲା ୪୨ ହଜାରରୁ ଅଧିକ ବିଜୁଳି

ଓଏଲ୍‌ ବ୍ୟୁରୋ: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଭୁବନେଶ୍ବର। ରାସ୍ତା ଉପରେ ଜମିଲା ଅଣ୍ଠୁଏ ଉଚ୍ଚର ପାଣି। ସେପଟେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ଟୁଇନ୍ ସିଟିକୁ ସତର୍କ କରାଇଛି ପାଣିପାଗ ବିଭାଗ। ଏସବୁ ମଧ୍ୟରେ ଘନଘନ ବିଜୁଳିରେ ଥରିଲା ରାଜଧାନୀ ଭୁବନେଶ୍ବର। ଘଣ୍ଟାଏରେ କେବଳ ଭୁବନେଶ୍ୱର ସହରରେ ମାରିଛି ୪୨ ହଜାରରୁ ଅଧିକ ଥର ବିଜୁଳି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ରାଜଧାନୀବାସୀ ଭୟଭୀତ ହୋଇଛନ୍ତି।

ଆଜି ଅପରାହ୍ନ ୨ଟା ସମୟରେ ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଥିଲା। ଏଥିସହିତ ତୁହାକୁ ତୁହା ବଜ୍ରପାତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ପ୍ରାୟ ଏକ ଘଣ୍ଟାରେ ୪୨ ହଜାର ଥର ବିଜୁଳି ମାରିଛି। ପରେ ମେଘର ପରିମାଣ ବଢ଼ିଥିଲା।ଆଜି ରାଜଧାନୀରେ ୧୨୬ ମିଲିମିଟର ବର୍ଷା ହୋଇଛି।

ଦୁଇ ଘଣ୍ଟାରୁ ଅଧିକ ସମୟ ହେଲା ବର୍ଷା ଲାଗି ରହିଥିବା ବେଳେ ଲୋକେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି। ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ଜନଜୀବନ ବାଧାପ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ପାଣି ଜମିଥିବାରୁ ଅଟକି ରହିଛି ଗାଡ଼ିମଟର। ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେପଟେ ଇସ୍କନ୍ ମନ୍ଦିର ସାମ୍ନାରେ ମଧ୍ୟ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

Leave A Reply

Your email address will not be published.