Odisha Link
Bridging the Missing Links in Odisha

ଆଜି ସଂଧ୍ୟାରେ ‘ଆର୍‌ଏସ୍‌ଏସ୍‌ ୩୬୦°’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚନ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସମ୍ପର୍କିତ ସବୁଠୁ ପ୍ରସିଦ୍ଧ ପୁସ୍ତକ ‘ଆର୍‌ଏସ୍‌ଏସ୍‌ ୩୬୦°’ର ଓଡ଼ିଆ ଅନୁବାଦ ପୁସ୍ତକ ଭୁବନେଶ୍ବରରେ ଉନ୍ମୋଚିତ ହେବ। ଆଜି ସେପ୍ଟେମ୍ବର ୩ ତାରିଖ ରବିବାର ସଂଧ୍ୟା ୫ଟା ସମୟରେ ସ୍ଥାନୀୟ ଜୟଦେବ ଭବନଠାରେ ଏହି ପୁସ୍ତକକୁ ଉନ୍ମୋଚନ କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜଣାଶୁଣା ଲେଖକ ଡ. ରତନ ଶାରଦାଙ୍କ ଲିଖିତ ଆର୍‌ଏସ୍ଏସ୍‌ ୩୬୦° ପୂର୍ବରୁ ହିନ୍ଦୀ ଓ ଇଂରାଜୀରେ ପ୍ରକାଶ ପାଇ ବେଶ୍‌ ପାଠକୀୟ ଆଦର ପାଇଛି। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ବାରା ଏହାର ଓଡ଼ିଆ ସଂସ୍କରଣ ପ୍ରକାଶିତ ହେଉଥିବାବେଳେ ଏହାକୁ ଓଡ଼ିଆରେ ଅନୁବାଦ କରିଛନ୍ତି ନବଜ୍ୟୋତି ରାୟ।

‘ଆର୍‌ଏସ୍ଏସ୍‌ ୩୬୦° ଉନ୍ମୋଚନ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଉଥିବାବେଳେ ବିଶିଷ୍ଟ ଅତିଥି ଭାବେ ପ୍ରସିଦ୍ଧ ଲେଖକ ଡ. ରତନ ଶାରଦା, ମୁଖ୍ୟବକ୍ତା ଭାବେ ଡ.ଗୋପାଳ ପ୍ରସାଦ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ କବି ଓ ଅନୁବାଦକ ନବଜ୍ୟୋତି ରାୟ ଯୋଗ ଦେବେ।

Leave A Reply

Your email address will not be published.