Odisha Link
Bridging the Missing Links in Odisha

ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲା: ଶରତ ନାୟକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଓଏଲ୍‌ ବ୍ୟୁରୋ: ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ମାମଲାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ଶରତ ନାୟକଙ୍କୁ ହାଇକୋର୍ଟରୁ ଜାମିନ୍‌ ମିଳିଛି। ଅଡିଓ ଭାଇରାଲ୍ ପରେ ଶରତ ନାୟକ ଗିରଫ ହୋଇଥିଲେ। ଏହି ମାମଲାରେ ସମ୍ପୃକ୍ତ ଶରତଙ୍କ ବୟାନ ରେକର୍ଡ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ, ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ମୃତ୍ୟୁର କାରଣ ସନ୍ଦେହ ଘେରରେ ରହିଛି। ଏହି ମାମଲାରେ ରାଜ୍ୟ ମହିଳା କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏହା ସହ ରାଜ୍ୟ ମହିଳା କମିଶନ ଏସପିଙ୍କୁ ଜବାବ ମାଗିଛନ୍ତି। ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧ୍ୟକ୍ଷା କହିଥିଲେ।

Leave A Reply

Your email address will not be published.