Odisha Link
Bridging the Missing Links in Odisha

ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ, ଆଜି ରାଜଧାନୀରେ ଇ-ବସ୍‌ରେ ମାଗଣା ଯାତ୍ରା

ଓଏଲ୍‌ ବ୍ୟୁରୋ: ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସ୍ଥିର କରାଯାଇଛି। ସ୍ବଚ୍ଛ ବାୟୁ ଦିବସରେ ପ୍ରଦୂଷଣ କମାଇବା ଲକ୍ଷ୍ୟରେ ନିଷ୍ପତ୍ତି ନିଆଯାଇଛି। ଆଜି ରାଜଧାନୀରେ ଇ-ବସ୍‌ରେ ମାଗଣା ଯାତ୍ରା ଆରମ୍ଭ ହୋଇଛି। ଆଜି ଇ-ବସ୍‌ ଓ ଇ-ରିକ୍ସାରେ ସମ୍ପୂର୍ଣ୍ଣ ମାଗଣା ଯାତ୍ରା କରିବେ ଯାତ୍ରୀ।

କ୍ରୁଟ ପକ୍ଷରୁ ଗଡୁଥିବା ୧୦୦ଟି ଇ-ଯାନରେ ମାଗଣା ସେବା ଦିଆଯିବ ବୋଲି କୁହାଯାଉଛି। ଭୁବନେଶ୍ବରରେ ୧୦ଟି ରୁଟ୍‌ରେ ଚାଲୁଛି ଇ-ଭେଇକିଲ। ସ୍ବଚ୍ଛ ବାୟୁ ଦିବସରେ ପ୍ରଦୂଷଣ କମାଇବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ମାଗଣା ସେବା ଆଜି ଦିନକ ପାଇଁ ରାଜଧାନୀରେ ଉପଲବ୍ଧ ହେବ।

Leave A Reply

Your email address will not be published.