Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶିକ୍ଷା ପରାମର୍ଶଦାତା ହେଲେ ଭୁବନେଶ୍ବର ବିଡିଓ

ଓଏଲ୍‌ ବ୍ୟୁରୋ: ରାଜ୍ୟ ପ୍ରଶାସନିକ ଇତିହାସରେ ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ଗତକାଲି ଗୋଟିଏ ଦିନରେ ଏକକାଳୀନ ୨୯୫ଜଣ ଓଏଏସଙ୍କ ବଦଳି ହୋଇଥିଲା। ବଦଳି ହେବାର ୨୪ ଘଣ୍ଟା ନପୁରୁଣୁ ଆଜି ପୁଣିଥରେ ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍‌ ଅଫିସସ୍ତରରେ ଅଦଳବଦଳ କରିଛନ୍ତି।ସବୁଠୁ ବଡ଼କଥା ହେଲା ଭୁବନେଶ୍ବର ବିଡିଓ ଓଏଏସ୍‌ ଅଫିସର ସମ୍ପଦ କୁମାର ଦଳାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା(ଶିକ୍ଷା) ଭାବେ ନିଯୁକ୍ତି ମିଳିଛି।

ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଓଏଏସ ସୁଦର୍ଶନ ପରିଡ଼ାଙ୍କୁ ଓଡ଼ିଶା ମାନବାଧିକାର ଆୟୋଗଙ୍କ ସଚିବ ଭାବେ ବଦଳି ହୋଇଛି। ସେହିପରି ବରିଷ୍ଠ ଓଏଏସ୍ ବିଜୟ କୁମାର ଖଣ୍ଡାୟତରାୟଙ୍କୁ କଟକସ୍ଥିତ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି।

ସେହିପରି ଓଏଏସ୍ ରାଜଶ୍ରୀ ସିଂଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି।ବରିଷ୍ଠ ଓଏଏସ୍ ମନୋରଞ୍ଜନ ମହାପାତ୍ରଭ୍‌କୁ କଟକସ୍ଥିତ ଜମି ରେକର୍ଡ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିବାବେଳେ ବରିଷ୍ଠ ଓଏଏସ୍ ସନ୍ତୋଷୀ ସାହୁଙ୍କୁ ଓଡ଼ିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ନିର୍ଦ୍ଦେଶକ(ଇନକ୍ୱାରୀ) ଭାବେ ନିଯୁକ୍ତି ମିଳିଛି।

ଭୁବନେଶ୍ୱର ବିଡିଓ ଓଏଏସ୍ ଅଫିସର ସମ୍ପଦ କୁମାର ଦଳାଇଙ୍କ ଭୁବନେଶ୍ୱର ସ୍ମାର୍ଟ ସିଟି ଜେନେରାଲ ମ୍ୟାନେଜର(ପ୍ରଶାସନ) ଭାବେ ବଦଳିକୁ ବାତିଲ କରାଯାଇ ତାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଉପସଚିବ ଦାୟିତ୍ୱ ନ୍ୟସ୍ତ ହୋଇଛି।ଏହାସହିତ ସେ ଅତିରିକ୍ତ ଦାୟିତ୍ୱ ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା(ଶିକ୍ଷା), ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ, ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତିଙ୍କ ଓଏସଡି ଭାବେ କାର୍ଯ୍ୟ କରିବେ।

Leave A Reply

Your email address will not be published.