ବଡ଼ଦେଉଳରେ ନୀତି ବିଳମ୍ବ, ବିବାଦ ତୁଟାଇବାକୁ ଶ୍ରୀମନ୍ଦିରରେ ନୀତି ପ୍ରଶାସକ ଉପସ୍ଥିତ

ଓଏଲ୍ ବ୍ୟୁରୋ: ବଡ଼ଦେଉଳରେ ନୀତିକାନ୍ତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେବା ନିବୃତ ଜଣେ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ବିବାଦ ଦେଖାଦେଇଛି। ସେବା ନିବୃତ ସତ୍ତ୍ବେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟରେ ନିୟୋଜିତକୁ ଅନ୍ୟ ସେବାୟତ ବିରୋଧ କରିଥିଲେ। ଯାହାକୁ ନେଇ ଏବେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ଦେଖାଦେଇଛି। ଅନ୍ୟ ସେବାୟତ ସେବା ପୂଜା କରିବାକୁ ବାରଣ କରିଛନ୍ତି। ଏନେଇ ନୀତି ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଛି। ଏହା ପରଠାରୁ ନୀତି କାନ୍ତିରେ ବିଭ୍ରାଟ ଦେଖାଦେଇଛି।
ସୂଚନା ଅନୁସାରେ, ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା। ଯାହା ପାଇଁ ନିଯୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ହେଲେ ଆଜି ସକାଳୁ ସକାଳୁ ନିଲମ୍ବିତ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ। ଏହା ପରଠାରୁ ନୀତି କାନ୍ତିରେ ବିଭ୍ରାଟ ଦେଖାଦେଇଛି। ବିବାଦ ତୁଟାଇବାକୁ ଶ୍ରୀମନ୍ଦିରରେ ନୀତି ପ୍ରଶାସକ ଉପସ୍ଥିତ ରହିଥିଲେ। ଏନେଇ ବିଭିନ୍ନ ନିଯୋଗଙ୍କ ସହ ନୀତି ପ୍ରଶାସକଙ୍କ ଆଲୋଚନା କରିଥିଲେ।