Odisha Link
Bridging the Missing Links in Odisha

କେନ୍ଦ୍ରର ନିଷ୍ପତ୍ତି: ସେନାବାହିନୀ ନିୟନ୍ତ୍ରଣରେ ରହିବ ଅରୁଣାଚଳ ଓ ନାଗାଲ୍ୟାଣ୍ଡ

ଓଏଲ୍‌ ବ୍ୟୁରୋ: ଅରୁଣାଚଳ ଓ ନାଗାଲ୍ୟାଣ୍ଡକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି। ସେନାବାହିନୀ ନିୟନ୍ତ୍ରଣରେ ରହିବ ଅରୁଣାଚଳ ଓ ନାଗାଲ୍ୟାଣ୍ଡ। ଅରୁଣାଚଳ ଓ ନାଗାଲ୍ୟାଣ୍ଡରେ ଆର୍ମଡ ଫୋର୍ସେସ୍‌ ସ୍ପେଶାଲ ପାୱାର ଆକ୍ଟ ବୃଦ୍ଧି କରାଯିବ। ଅଶାନ୍ତ ଅଞ୍ଚଳ ଘୋଷଣା କରି ଆର୍ମଡ ଫୋର୍ସେସ୍‌ ସ୍ପେଶାଲ ପାୱାର ଆକ୍ଟ ଲାଗୁ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଅକ୍ଟୋବର ୧ ତାରିଖରୁ ୬ ମାସ ପାଇଁ ଲାଗୁ ହେବ। ଅରୁଣାଚଳ ପ୍ରଦେଶର ୩ ଜିଲ୍ଲା ଓ ଆଉ ୩ ଥାନା ଅଞ୍ଚଳରେ ଲାଗୁ ହେବ। ନାଗାଲ୍ୟାଣ୍ଡର ୮ ଜିଲ୍ଲା ଓ ଆଉ ୨୧ ଥାନା ଅଞ୍ଚଳରେ ଲାଗୁ ହେବ। ତେବେ ଏହି ନିୟମ ଅନୁସାରେ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅରୁଣାଚଳ ଓ ନାଗାଲ୍ୟାଣ୍ଡ ସେନାବାହିନୀ ନିୟନ୍ତ୍ରଣରେ ରହିବ।

Leave A Reply

Your email address will not be published.