Odisha Link
Bridging the Missing Links in Odisha

ଲକ୍ଷାଧିକ ଟଙ୍କା ନେଇ ପୋଷ୍ଟମାଷ୍ଟର ଚମ୍ପଟ! ପୋଷ୍ଟ ଅଫିସ୍‌ ଖୋଲି ତଦନ୍ତ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଚାନ୍ଦବାଲିର ଉଗ୍ରତାରା ପୋଷ୍ଟ ଅଫିସରୁ ଲୋକଙ୍କ ଜମା ଟଙ୍କା ଗାଏବ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଜମାକାରୀ ପୋଷ୍ଟମାଷ୍ଟରଙ୍କ ନାଁରେ ଟଙ୍କା ହଡ଼ପ ଅଭିଯୋଗ ଆଣିଛନ୍ତି। ଉଗ୍ରତାରା ପୋଷ୍ଟ ଅଫିସ ଆଗରେ ଲୋକଙ୍କ ହୋହଲ୍ଲା ଓ ଉତ୍ତେଜନା ଦେଖିବାକୁ ମିଳିଥିଲା।

ପୋଷ୍ଟ ଅଫିସରେ ଲୋକଙ୍କ ଲକ୍ଷାଧିକ ଜମା ଟଙ୍କା ହଡ଼ପ ଅଭିଯୋଗରେ ଚାନ୍ଦବାଲି ମାଜିଷ୍ଟ୍ରେଟ୍ ଓ ଭଦ୍ରକ ଡାକବିଭାଗ ଇନ୍ସପେକ୍ଟର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ କ୍ରମେ ୧୧ ଦିନ ପରେ ବନ୍ଦ ପଡ଼ିଥିବା ପୋଷ୍ଟ ଅଫିସ୍‌ ଖୋଲି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.