Odisha Link
Bridging the Missing Links in Odisha

ନାରାୟଣ ମନ୍ଦିରକୁ ୨୧ ଟଙ୍କା ଦାନକଲେ ମୋଦି!

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଟିକେ ଭିନ୍ନ ଧରଣର ପ୍ରସଙ୍ଗ ପାଇଁ ଚର୍ଚ୍ଚାରେ ଅଛନ୍ତି ନରେନ୍ଦ୍ର ମୋଦି। ରାଜସ୍ଥାନର ଗୁର୍ଜର ସମ୍ପ୍ରଦାୟର ଆରାଧ୍ୟ ଦେବତା ଦେବନାରାୟଣ ମନ୍ଦିର ପରିଦର୍ଶନ କରିଥିଲେ। ଆଉ ଏକ ଲଫାପା ମନ୍ଦିର ଦାନବାକ୍ସରେ ପକାଇଥିଲେ। ୯ ମାସ ପରେ ଏବେ ଦେବନାରାୟଣ ମନ୍ଦିରର ଦାନ ବାକ୍ସକୁ ଖୋଲା ଯାଇଛି। ଯାହାକୁ ନେଇ ନରେନ୍ଦ୍ର ମୋଦି ଚର୍ଚ୍ଚାରେ ରହିଛନ୍ତି।

ନରେନ୍ଦ୍ର ମୋଦି ଚଳିତ ବର୍ଷ ଜାନୁଆରୀ ୨୮ ତାରିଖରେ ରାଜସ୍ଥାନର ଭିଲୱାରାଠାରେ ପ୍ରଭୁ ଶ୍ରୀ ଦେବନାରାୟଣଜୀଙ୍କର ୧୧୧୧ତମ ‘ଅବତରଣ ମହୋତ୍ସବ’ରେ ଯୋଗ ଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ମାଲାସେରୀ ଡୁଙ୍ଗ୍ରି ମନ୍ଦିର ପରିଦର୍ଶନ କରି ପରିକ୍ରମା କରିଥିଲେ ଏବଂ ନିମ୍ବ ଗଛ ମଧ୍ୟ ଲଗାଇଥିଲେ।

ଦାନବାକ୍ସ ଖୋଲିବା ପରେ ମନ୍ଦିରର ପୂଜକମାନେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସମୟରେ ଆସିଥିଲେ ସେତେବେଳେ ସେ ଦାନ ବକ୍ସରେ ଏକ ଲଫାଫା ରଖିଥିଲେ। ଯାହାକୁ ୯ମାସ ପରେ ଖୋଲାଯିବାରୁ ଭିତରେ ୨୧ଟଙ୍କା ଥିବା ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ କେତେ ଟଙ୍କା ଦାନ କରିଥିଲେ, ତାହା ଦେଖିବା ପାଇଁ ଅନେକଙ୍କ ମଧ୍ୟରେ ଉତ୍ସାହ ଥିଲା। ହେଲେ ୨୧ ଟଙ୍କା ମିଳିବା ଘଟଣା ଖବର ପ୍ରଚାର ହେବା ପରେ ମୋଦି ଏବେ ଚର୍ଚ୍ଚାରେ।

Leave A Reply

Your email address will not be published.