Odisha Link
Bridging the Missing Links in Odisha

ଛଟେଇ କରିବ ବାୟଜୁ କମ୍ପାନୀ, ସଙ୍କଟରେ କର୍ମଚାରୀ

ଓଏଲ୍‌ ବ୍ୟୁରୋ: ବିଶ୍ବର ବଡ଼ ବଡ଼ କମ୍ପାନୀ ଗୁଡ଼ିକରେ ଚାଲିଛି ଛଟେଇ ପ୍ରକ୍ରିୟା। ଟ୍ବିଟର, ଆମାଜନ, ଗୁଗୁଲ, ଇଣ୍ଟେଲ ଭଳି ବଡ଼ ସଂସ୍ଥା ବଡ଼ ଧରଣର ଛଟେଇ କରିଛନ୍ତି। ଏବେ ଏହି କ୍ରମରେ ସାମିଲ୍‌ ହୋଇଛି ଦେଶର ସବୁଠାରୁ ବଡ ଏଡଟେକ୍ ଫାର୍ମ ବାୟଜୁ। ପୁଣିଥରେ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛି। କମ୍ପାନୀର ଇଣ୍ଡିଆ ମୁଖ୍ୟ ଅର୍ଜୁନ ମୋହନ ରିଷ୍ଟ୍ରକଚରିଂ କରିବା ଉପରେ ନଜର ରଖି ଖର୍ଚ୍ଚ କାଟ୍ କରିବାକୁ ଯୋଜନା କରିଛନ୍ତି।

ରିପୋର୍ଟ ମୁତାବକ ଖର୍ଚ୍ଚ କାଟ୍ କ୍ରମରେ କମ୍ପାନୀ ୪୦୦୦ କର୍ମଚାରୀ ଛଟେଇ କରିବାକୁ ଚିନ୍ତା କରୁଛି। ଗତ ସପ୍ତାହରେ ଅର୍ଜୁନ ମୋହନଙ୍କ ବାୟଜୁ ତରଫରୁ ଇଣ୍ଡିଆର ମୁଖ୍ୟ ଭାବେ ଚୟନ କରାଯାଇଥିଲା। ଏବେ ଅର୍ଜୁନ ମହୋନ କମ୍ପାନୀର ମ୍ୟାନେଜମେଣ୍ଟକୁ ତାଙ୍କର ଏହି ପ୍ଲାନ ବାବଦରେ ଜଣାଇଦେଇଛନ୍ତି। ବ୍ୟବସାୟକୁ ରିଷ୍ଟ୍ରକଚର କରିବା କ୍ରମରେ ଆଗାମୀ କିଛି ସପ୍ତାହ ମଧ୍ୟରେ କମ୍ପାନୀ ତା’ର ମୋଟ କର୍ମଚାରୀରୁ ୧୧ ପ୍ରତିଶତ ଛଟେଇ କରିପାରେ। ଏହି ଛଟେଇ କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୪ ହଜାର ହୋଇପାରେ। ଏହା ପୂର୍ବରୁ ୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା।

Leave A Reply

Your email address will not be published.