Odisha Link
Bridging the Missing Links in Odisha

ସମୁଦ୍ରରେ ଗାଧୋଇବା ହେଲା କାଳ, ଜୁଆରରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ପୁରୀ ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଛି। ମୃତକ ହେଲେ ଝାଡ଼ଖଣ୍ଡ ରାଞ୍ଚିର ବିଶାଲ ଓରାମ। ୨୧ ଜଣ ତୀର୍ଥଯାତ୍ରୀଙ୍କ ସହ ପୁରୀ ବୁଲିବାକୁ ଆସିଥିବା ସୂଚନା ରହିଛି। ସମୁଦ୍ରରେ ଗାଧୋଇବା ବେଳେ ଜୁଆରରେ ଭାସି ଯାଇଥିଲେ ବିଶାଲ ଓରାମ। ପରେ ତାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।

ଅନ୍ୟପଟେ, ରାଜ୍ୟରେ ନଦୀରେ ବୁଡ଼ି ମୃତ୍ୟୁ ହେଉଥିବା ଅନେକ ଖବର ସାମ୍ନାକୁ ଆସୁଛି। ଯାହାକୁ ନେଇ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି। ନଦୀବୁଡ଼ି ଜନିତ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ନଦୀରେ ବୁଡ଼ି ମୃତ୍ୟୁ ରୋକିବାକୁ ୧୦୦ ନଦୀଘାଟ ଫେନସିଂ କରିବାକୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କ ନଦୀବୁଡ଼ି ଜନିତ ମୃତ୍ୟୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି।