Odisha Link
Bridging the Missing Links in Odisha

ବିବାହ ଉତ୍ସବ ବେଳେ ମୃତ୍ୟୁର ତାଣ୍ଡବ, ଚାଲିଗଲା ୧୦୦ରୁ ଉର୍ଦ୍ଧ୍ବ ଜୀବନ

ଓଏଲ୍‌ ବ୍ୟୁରୋ: ଧୁମଧାମରେ ଚାଲିିଥିଲା ବାହାଘର। ହଠାତ୍‌ ଘଟିଲା ଭୟଙ୍କର ଅଘଟଣ। ଯାହାଫଳରେ ବର-କନ୍ୟା ସମେତ ଚାଲିଗଲା ୧୦୦ରୁ ଉର୍ଦ୍ଧ୍ବ ଜୀବନ। ଆଉ ୧୫୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତର ଇରାକର ନେନେଭାରେ ଘଟିଥିବା ଜଣାଯାଇଛି। ଇରାକର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନେନେଭାରେ ସହରରେ ଗତକାଲି ଏକ ବିବାହ ଉତ୍ସବ ଚାଲିଥିଲା। ଭୋଜିର ଆସର ମଧ୍ୟ ଜମିଥିଲା। ଏସବୁ ମଧ୍ୟରେ କିଛି ଲୋକ ବାଣ ଫୁଟାଇ ସେଲିବ୍ରେସନ୍‌ କରିଥିଲେ। ଯାହାଫଳରେ ନିଆଁ ଲାଗିବା ପରେ ପୁରା ଟେଣ୍ଟ ଓ ଭୋଜି ହୋଇଥିବା ସ୍ଥାନ ଜଳି ଯାଇଥିଲା। ଫଳରେ ଭିତରେ ଫସି ଯାଇଥିବା ଲୋକେ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

ସୂଚନାଥାଉକି, ଖବର ପାଇ ଇରାକର ବହୁ ଅଗ୍ନିଶମବାହିନୀ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଲେ। ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ତା’ ଭିତରୁ ଗୁରୁତରଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲମାନଙ୍କୁ ନିଆଯାଇଥିଲା।

Leave A Reply

Your email address will not be published.