Odisha Link
Bridging the Missing Links in Odisha

ଭୂକମ୍ପ ଝଟ୍‌କା, ଥରିଲା ଦିଲ୍ଲୀ ସମେତ ଭାରତର ଏକାଧିକ ଅଞ୍ଚଳ

ଓଏଲ୍‌ ବ୍ୟୁରୋ: ଭୂକମ୍ପରେ ଥରିଲା ଦିଲ୍ଲୀ ସମେତ ଭାରତର କିଛି ଅଞ୍ଚଳ। ଭୂମିକମ୍ପର କେନ୍ଦ୍ରସ୍ଥଳୀ ନେପାଳରେ ହୋଇଥିବାବେଳେ ସେଠାରେ ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ବୋଲି ଜଣାପଡିଛି। ତେବେ କୌଣସି କ୍ଷୟକ୍ଷତିର ସ୍ପଷ୍ଟ ସୂଚନା ମିଳିପାରିନାହିଁ। ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜିର ତଥ୍ୟ ମୁତାବକ, ଭୂମିକମ୍ପ ଆଜି ୨ଟା ୨୫ ମିନିଟରେ ହୋଇଛି। କେନ୍ଦ୍ରସ୍ଥଳୀରେ ଏହା ୫ କିଲୋମିଟର ଗଭୀରତାରେ ସଙ୍ଗଠିତ ହୋଇଛି। ତେବେ କୌଣସି କ୍ଷୟକ୍ଷତିର ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସୂଚନା ଅନୁସାରେ, ଗତ ଜୁନ ମାସରେ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଞ୍ଚଳ ଭୂକମ୍ପରେ ଥରିଥିଲା। ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀରରେ ମଧ୍ୟ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏନସିଆର ସମେତ ପଞ୍ଜାବ, ଚଣ୍ଡିଗଡ଼ରେ ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରେକର୍ଡ କରାଯାଇଥିଲା।