Odisha Link
Bridging the Missing Links in Odisha

ସୁନ୍ଦରଗଡ଼ରୁ ମା’ ଝିଅ ଉଦ୍ଧାର ଘଟଣା: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ରୁ ଉଦ୍ଧାର ମା’ ଝିଅ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହେବା ଘଟଣାରେ ପ୍ରଶାସନ ବଡ ପଦକ୍ଷେପ ଗ୍ରହଣ କରିଛି। ସୁନ୍ଦରଗଡ଼ରୁ ଉଦ୍ଧାର ମା’, ଝିଅଙ୍କୁ ସେମାନଙ୍କ ବିଧି ବ୍ୟବସ୍ଥା ଅନୁସାରେ ପରିବାରକୁ ହସ୍ତାନ୍ତର କଲା ପ୍ରଶାସନ। ଆସ୍ଥା ଗୃହରୁ ମାଆ, ଝିଅ ପରିବାର ସହ ଛତିଶଗଡ଼ ଫେରିଲେ। ଛତିଶଗଡ଼ରୁ ଆସିଥିବା ମହିଳାଙ୍କ ଝିଅ ଓ ଯାଆଙ୍କ ସହ ଫେରିଲେ। ମା, ଝିଅଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାରକୁ ନେଇ ନାନା ଚର୍ଚ୍ଚା ହୋଇଥିଲା।

ଏହି ଘଟଣାରେ ଏନଏଚଆରସିଙ୍କ ରିପୋର୍ଟ ତଲବ ହୋଇଛି। ସୁପ୍ରିମକୋର୍ଟ ଆଇନଜୀବୀଙ୍କ ପିଟିସନ ଆଧାରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଏସ୍‌ପି, ଏନଏଚଆରସିଙ୍କ ରିପୋର୍ଟ ତଲବ ହୋଇଥିବାବେଳେ ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି

ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା’ ଝିଅ ଛତିଶଗଡ଼ ତୁମଳା ଥାନା ଖାରିବାହାଲ ଗାଁର ବାସିନ୍ଦା ବୋଲି ମହିଳାଙ୍କ ସାନ ଭଉଣୀ ସୂଚନା ଦେଇଥିଲେ। ପରିଚୟ ମିଳିବା ପରେ ଏହି ସଂପର୍କରେ ଏସ୍‌ଡିପିଓ ସୂଚନା ଦେଇ କହିଥିଲେ, ଦୁଷ୍କର୍ମ ନେଇ ଅଭିଯୋଗ ଆସିନି, ପରିବାର ବି ଅଭିଯୋଗ କରି ନାହାନ୍ତି।

ଯିଏ ଦୁଷ୍କର୍ମ କଥା କହୁଛନ୍ତି, କେଉଁ ଆଧାରରେ କହୁଛନ୍ତି ଜାଣିନୁ। ଯଦି ଦୁଷ୍କର୍ମ ଅଭିଯୋଗ ଆସେ ତାହେଲେ ତଦନ୍ତ କରାଯିବ। ସେମାନେ ମାନସିକ ସ୍ତରରେ ଅସ୍ଥିର ଅଛନ୍ତି, ପରିବାର ନେବାକୁ ଚାହୁଁଛି। ବୁଧବାର ଠାରୁ ଘରୁ ବାହାରି ଆସିଥିଲେ, ପରିବାର ଖୋଜୁଥିଲେ। ଏନେଇ ଯାହା ଆଇନଗତ ପ୍ରକ୍ରିୟା ରହିଛି ତାହା ପୂରଣ କରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଥିଲେ।

ସୂଚନା ଅନୁସାରେ, ଗତ ଶୁକ୍ରବାର ମଧ୍ୟାହ୍ନରେ ସୁନ୍ଦରଗଡ଼ର ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲୁଥିବା ଦେଖିବାକୁ ମିଳିଥିଲା। ଭିଡ଼ ରାସ୍ତାରେ ଟ୍ରକ୍‌, ଅଟୋ, ବସ୍ ଯାଆ ଆସ କରୁଥିଲା। ଗାଡ଼ିକୁ କିଛି ସମୟ ଅଟକାଇ ଲଜ୍ଜାଜନକ ଦୃଶ୍ୟକୁ ଦେଖିବା ପରେ ଚୁପ୍‌ଚାପ୍‌ ହୋଇ ଯେଝା ବାଟରେ ଯିଏ ପଳାଉଥିଲେ।

ହେଲେ କେହିବି ୨ ମହିଳାଙ୍କର ଲଜ୍ଜା ନିବାରଣ ପାଇଁ ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ। ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ।

ଏଭଳି ଅଭାବନୀୟ ଦୃଶ୍ୟ ଦେଖି ବିଧାୟିକା କାର୍‌ରେ ରଖିଥିବା ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ବିଧାୟିକା ମହିଳା ଦ୍ୱୟଙ୍କୁ ସଦରଥାନା ପୁଲିସ୍‌ ଓ ଆସ୍ଥା ଗୃହର ସମ୍ପାଦିକାଙ୍କ ଜିମା ଦେଇଥିଲେ। ତେବେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ପରିଚୟ ମିଳିଥିବା ଜଣା ପଡିଥିଲା।

Leave A Reply

Your email address will not be published.