Odisha Link
Bridging the Missing Links in Odisha

୭୮ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନ। ୭୭ ବର୍ଷ ପୂର୍ତ୍ତି ହୋଇ ୭୮ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ କ୍ରମାଗତ ୫ମ ପାଳି ଶାସନର ଚତୁର୍ଥ ବର୍ଷ ପୂରଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଓଡ଼ିଶାର ସଫଳତା ଓ ବିକାଶ ଜାତୀୟସ୍ତରରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ପାଲଟିଛି। ଏପରିକି ଭାରତରେ ଅପରାଜେୟ ନେତା ଭାବେ ନବୀନ ପଟ୍ଟନାୟକ ଖୁବ ପରିଚିତ। ଓଡ଼ିଶାକୁ ସମୃଦ୍ଧ ଓ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଙ୍କି ଚାଲିଛନ୍ତି ବିକାଶର ନକ୍ସା।

୨୦୦୦, ୨୦୦୪, ୨୦୦୯, ୨୦୧୪ ପରେ ୨୦୧୯ ମସିହାର ମଧ୍ୟ ରାଜନୀତି ପଣ୍ଡିତଙ୍କ ବୁଦ୍ଧି ହଜାଇଦେଇଥିଲା ନିର୍ବାଚନ ଫଳାଫଳ। ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ। ବିରୋଧୀଙ୍କୁ ପୁଣିଥରେ ନିର୍ବାଚନରେ ମାତ୍ ଦେଇ, ବିଜେଡିକୁ ବହୁମତ ଦେଇଥିଲେ ନବୀନ ପଟ୍ଟନାୟକ।

୨୦୧୯ ମେ’ ୨୯ ତାରିଖ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆର ଶପଥ ଗ୍ରହଣ ସମାରୋହରୁ ଆରମ୍ଭ ହୋଇଥିଲା, ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ। ଏହାରି ଭିତରେ ଦୁର୍ନୀତିମୁକ୍ତ ଶାସନ ଦେବାରେ ଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର। ଶିକ୍ଷାଠୁ ସ୍ବାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇଦେବାରୁ ବିଜେଡି ସରକାର ମଡେଲ ସାଜିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସେବାର ୨୬ ବର୍ଷ ଅତିକ୍ରମ କରି ନିଜ ଦଳ ସହ ବିରୋଧୀଙ୍କୁ ବି ସାଥିରେ ନେଇ ଚାଲିବାରେ ସକ୍ଷମ ହୋଇଛନ୍ତି। ଯାହା ରାଜ୍ୟ ବିକାଶରେ ଏକ ସ୍ବତନ୍ତ୍ର ଫର୍ଦ୍ଦ ଯୋଡିଛି। ନବୀନଙ୍କ ଜନ୍ମଦିନରେ ବିଜୁ ଜନତା ଦଳ ପକ୍ଷରୁ ଅନେକ ଜନସେବା କାର୍ଯ୍ୟକ୍ରମ କରାଯାଉଛି। ତାଙ୍କ ଦୀର୍ଘାୟୁ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରରେ ପ୍ରାର୍ଥନା କରାଯାଉଛି।

Leave A Reply

Your email address will not be published.