Odisha Link
Bridging the Missing Links in Odisha

ଜୀବନ ଯୁଦ୍ଧରେ ହାରିଗଲେ ଯୁଧିଷ୍ଠିର

ଓଏଲ୍‌ ବ୍ୟୁରୋ: ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିବାବେଳେ ୭୩ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଯୁଧିଷ୍ଠିର ସାମନ୍ତରାୟ। ଯୁଧିଷ୍ଠିର ସାମନ୍ତରାୟ ଜଣେ ଓଡ଼ିଆ ରାଜନୀତିଜ୍ଞ ଭାବେ ଖୁବ ଜଣା ଶୁଣା।

ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ଯୁଧିଷ୍ଠିର ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି। ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।