ପାଖେଇ ଆସୁଛି ଦୁର୍ଗାପୂଜା, ସଜେଇ ହେଲାଣି ପୁରପଲ୍ଲୀ

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ପାର୍ବଣର ଋତୁ। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ଦୁର୍ଗାପୂଜା ପାଇଁ ସଜେଇ ହେଲାଣି ଗାଁଠୁ ସହର। ବଡ ବଡ ତୋରଣରେ ସଜେଇ ହେଉଛି ବିଭିନ୍ନ ପୂଜା ମଣ୍ଡପ।
ଅନ୍ୟପଟେ, ଦୁର୍ଗାପୂଜାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୁର୍ଗାପୂଜା ପୂର୍ବରୁ ସମସ୍ତ ଅପରାଧୀଙ୍କୁ ଜେଲ୍ରେ ଭର୍ତ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଥାନା ଅଧିକାରୀଙ୍କୁ ଭୁବନେଶ୍ୱର ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସିସିଟିଭି ନଜରରେ ରହିବ ସାରା ସହର। ସିନ୍ଧିଚୋରି ରୋକିବା ପାଇଁ ଗଳିକନ୍ଦିରେ ପିସିଆର ଘୂରି ବୁଲିବ। ପୂଜା ସମୟରେ ସହରକୁ କ୍ରାଇମ ଫ୍ରି କରିବା ପାଇଁ ପୁଲିସ ଆଲର୍ଟ ରହିବ।