୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ, ଆଉ ୪ ଖେଳକୁ ମଧ୍ୟ ମିଳିଲା ମଞ୍ଜୁରି

ଓଏଲ୍ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଅଲିମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍। କାରଣ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟରେ ସାମିଲ ହୋଇଛି। ଇଣ୍ଟରନ୍ୟାସନାଲ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବାଚ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କ୍ରିକେଟ ସହିତ ଆଉ ୪ ଖେଳକୁ ମଧ୍ୟ ମଞ୍ଜୁରି ମିଳିଛି। ପ୍ଲେଗ୍ ଫୁଟବଲ, ବେସବଲ ଓ ସଫ୍ଟ ବଲ୍, ଲାକ୍ରୋଶ ଏବଂ ସ୍କ୍ୱାସ ଖେଳକୁ ମଧ୍ୟ ସାମିଲ କରାଯାଇଛି। ମୁମ୍ବାଇରେ ଚାଲିଥିବା ଆଇଓସି ବୈଠକରେ ନିଷ୍ପତି ନିଆଯାଉଛି।
ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏହାର ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ ସରିଛି। ଶୁକ୍ରବାର ଦିନ ମୁମ୍ବାଇରେ ହେବାକୁ ଥିବା ଆଇଓସିର ୧୪୧ ତମ ବୈଠକରେ ଆଲୋଚନା କରାଯାଇ ଏଭଳି ନିଷ୍ପତ୍ତି ନେଇଛି ଆଇଓସି। ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ୨୦୨୮ରେ ଟି-୨୦ ଫର୍ମାଟରେ କ୍ରିକେଟ ଉଭୟ ପୁରୁଷ ଓ ମହିଳା ମୁକାବିଲା ଖେଳାଯିବ।
ଭାରତ ପାଇଁ ଅଲିମ୍ପିକ୍ସରେ କ୍ରିକେଟର ପ୍ରତ୍ୟାବର୍ତ୍ତନ:
ନିକଟରେ ବ୍ରିଟିଶ ଖବରକାଗଜ ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ, ଜୁଲାଇ ମାସରୁ ସ୍ପଷ୍ଟ ହେଲାଣି ଯେ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟର ଏଣ୍ଟ୍ରି ସୁନିଶ୍ଚିତ। ଭାରତ ଏବେ ଅଲିମ୍ପିକ୍ସ ବ୍ରୋଡକାଷ୍ଟିଙ୍ଗ ରାଇଟସ୍ ଇଣ୍ଡିଭୁଜିଆଲ ଗେମ୍ସ ଉପରେ ବେଶି ଫୋକସ୍ କରୁଛି। ଯାହାର ମାର୍କେଟ ମୂଲ୍ୟ ପାଖାପାଖୀ ୨୦ ଲକ୍ଷ ଡଲାର। ଏହି ମୂଲ୍ୟ ୨୦୨୪ ଅଲିମ୍ପିକ୍ସକୁ ନେଇ ଆକଳନ କରାଯାଇଛି। ତେବେ ମାର୍କେଟ ଏକ୍ସପର୍ଟଙ୍କ କହିବା ମୁତାବିକ, ଯଦି କ୍ରିକେଟ ଅଲିମ୍ପିକ୍ସରେ ଅନ୍ତର୍ଭୂକ୍ତ ହୁଏ ତେବେ ବଜାର ମୂଲ୍ୟ ଅନେକ ଗୁଣା ବୃଦ୍ଧି ପାଇବ। କାରଣ ସାରା ବିଶ୍ବରେ ଯେତିକି କ୍ରେଜ କ୍ରିକେଟକୁ ନେଇ ଅଛି ତାଠୁ ଅଧିକ କ୍ରେଜ ଭାରତରେ ଅଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି।
୧୯୦୦ ଅଲିମ୍ପିକ୍ସରେ ଥିଲା କ୍ରିକେଟ:
ପ୍ରଥମ ଥର ପାଇଁ ୧୯୦୦ ଅଲିମ୍ପିକ୍ସରେ କ୍ରିକେଟ ଥିଲା। ପ୍ୟାରିସ୍ ଅଲିମ୍ପିକ୍ସ ୧୯୦୦ରେ କ୍ରିକେଟ ଖେଳା ଯାଇଥିଲା। ସେବେ ଗ୍ରେଟ୍ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟରେ ଗୋଲ୍ଡ ମେଡାଲ ପାଇଁ ଲଢ଼େଇ ହେଇଥିଲା। ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ଆଉ ଗ୍ରେଟ୍ ବ୍ରିଟେନ୍ ସ୍ବର୍ଣ୍ଣ ପଦକ ଜିତିଥିଲା। ସେହିପରି କ୍ରିକେଟ କମନଓ୍ବେଲଥ ଗେମ୍ସ ୧୯୯୮ ଓ ୨୦୨୨ରେ ସାମିଲ ହୋଇଥିଲା। ଏହାବ୍ୟତୀତ ଏସିଆନ୍ ଗେମ୍ସ ୨୦୧୦, ୨୦୧୪ ଓ ୨୦୨୩ରେ କ୍ରିକେଟ