ତୀବ୍ର ହୋଇଛି ଗାଜା-ଇସ୍ରାଏଲ ସଂଘର୍ଷ, ଗାଜାରେ ମାନବୀୟ ସଙ୍କଟ

ଓଏଲ୍ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି। ଗାଜା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଇସ୍ରାଏଲ ସେନା ନିଜ ଦଖଲକୁ ନେଇଛି।
ଅନ୍ୟପଟେ, ଗାଜା ସୀମାରେ ଇସ୍ରାଏଲର ୩ ଲକ୍ଷରୁ ଅଧିକ ସୈନ୍ୟ ଠୁଳ ହୋଇଛନ୍ତି। ଯେକୌଣସି ମୁହୂର୍ତ୍ତରେ ସ୍ଥଳସେନା ଦ୍ବାରା ଆକ୍ରମଣ ହୋଇପାରେ। କିଛି ଦିନତଳେ ପୁର୍ବରୁ ଗାଜାରୁ ୧୧ ଲକ୍ଷ ଲୋକଙ୍କୁ ଉତ୍ତର ଗାଜା ଛାଡି ଚାଲିଯିବାକୁ ଇସ୍ରାଏଲ ସେନା ଚେତାବନୀ ଦେଇଥିଲା। ଏହାପରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଲୋକ ଏହି ଅଂଚଳ ଛାଡି ଚାଲିଯାଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଗାଜା ସହର ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି କରିଛି। ସଦ୍ୟ ଆକ୍ରମଣରେ ଅନେକ ହରାଇଥିବାବେଳେ ୩ ଶହରୁ ଅଧିକ ଗୁରୁତର ହୋଇଛନ୍ତି। ଇସ୍ରାଏଲର ଆକ୍ରମଣରେ ଅନେକ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ଯୁଦ୍ଧକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଚେତାବନୀ ଦେଇ କହିଛନ୍ତି, ହମାସକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେବୁ। ଖାଦ୍ୟ ଓ ଇନ୍ଧନ ଯୋଗାଣ ଇସ୍ରାଏଲ ବନ୍ଦ କରିବାରୁ ଗାଜାରେ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଇସ୍ରାଏଲ ସେନା ସଜାଗ ରହିଛି।