Odisha Link
Bridging the Missing Links in Odisha

ଆଉ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର, ବଲାଙ୍ଗୀର ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଲେ ଘୋଷଣା

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୀତି ପାଣିପାଗ ସେତେ ଉଷ୍ମ ହେବାରେ ଲାଗିଛି। ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ଥିବା ବେଳେ କଂଗ୍ରେସର ଭେଟେରାନ୍‌ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କରିଛନ୍ତି ବଡ଼ ଘୋଷଣା। ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନରସିଂହ ମିଶ୍ର।

ନରସିଂହ ମିଶ୍ର କହିଛନ୍ତି, ଆଉ ନିର୍ବାଚନ ଲଢ଼ିବି ନାହିଁ। ମୋତେ ଆସିକି ୮୩ ବର୍ଷ ହେଲାଣି। ବିଭିନି ରୋଗରେ ମଧ୍ୟ ମୁଁ ଆକ୍ରାନ୍ତ। ଏଥିପାଇଁ ମୁଁ ମାନସିକ ସ୍ଥରରେ ଠିକ୍ କରିଛି ମୁଁ ନିର୍ବାଚନ ଲଢ଼ିବି ନାହିଁ। ସେ ଆହୁରି କହିଛନ୍ତି, ମୁଁ ୨୦୨୪ରେ ନିର୍ବାଚନ ନ ଲଢ଼ିବା ନେଇ ଲୋକମାନଙ୍କୁ ବୁଝାଇଛି। ଲୋକେ ମୋ କଥା ବୁଝିଛନ୍ତି। ଏହାସହ ମୋ ଦଳକୁ ଏହି କଥା କହିଛି। ଦଳ ମୋ କଥା ବୁଝିଥିବ ବୋଲି ମୋ ଆଶା ରଖିଛି।

ସବୁଠୁ ବଡ଼କଥା ହେଲା କି ନରସିଂହ ମିଶ୍ର କହିଛନ୍ତି ଯେ ୨୦୨୪ ନିର୍ବାଚନରେ ସାନ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗିରରୁ ପ୍ରାର୍ଥୀ ହେବ। ଆଉ କିଏ ପ୍ରାର୍ଥୀ ମୋ ନଜରକୁ ଆସିନାହିଁ। ଭବିଷ୍ୟତ କିଏ ଆସିବ କି ନାହିଁ ମୁଁ କହିପାରିବି ନାହିଁ। ମୋ ପୁଅକୁ ପାର୍ଟି ଟିକେଟ ଦେବ ବୋଲି ଆଶା ରଖିଛି। ଏଥିପାଇଁ ମୁଁ ମୋ ପୁଅ ପାଇଁ ପ୍ରଚାର ଆରମ୍ଭ କରିଛି।

Leave A Reply

Your email address will not be published.