ଏସ୍ବିଆଇ ୟୁପିଆଇ ସେବାରେ ବଡ଼ଧରଣର ବ୍ୟାଘାତ, ସମସ୍ୟାରେ ଉପଭୋକ୍ତା

ଓଏଲ୍ ବ୍ୟୁରୋ: ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍ଭର ଅଚଳ ହୋଇପଡ଼ିଛି। ଫଳରେ ସମସ୍ତ ପ୍ରକାରର ଡିଚିଟାଲ ବ୍ୟାଙ୍କିଙ୍ଗ; ନେଟ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ, ୟୋନୋ ଆପ୍, କ୍ରେଡିଟ୍ କାର୍ଡ ପେମେଣ୍ଟ୍ ଭଳି ଅନେକ ସେବା ପ୍ରଭାବିତ ହୋଇଛି ଏବଂ ଗ୍ରାହକମାନେ ଅନେକ ଅସୁବିଧା ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।
ହସ୍ତଗତ ରିପୋର୍ଟରୁ ପ୍ରକାଶ, ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ସର୍ଭର ପ୍ରଭାବିତ ହୋଇଥିବାରୁ ଏପ୍ରକାରର ସମସ୍ୟା ସୃଷ୍ଟି ହୋଇଛି ଏବଂ ନେଟ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ, ୟୋନୋ ଆପ୍, କ୍ରେଡିଟ୍ କାର୍ଡ ପେମେଣ୍ଟ୍ ବିଳମ୍ବ ଭଳି ଅନେକ ସେବା ପ୍ରଭାବିତ ହୋଇଛି।
ୱେବସାଇଟ୍ ମନିଟରିଂ ସର୍ଭିସ ଡାଉନଡିଟେକ୍ଟର ଅନୁଯାୟୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଗତ କିଛି ଦିନ ହେବ (ଗତ ପ୍ରାୟ ୩ ଦିନ ଧରି) ଏସବିଆଇ ସେବାକୁ ଆକସେସ୍ କରିବାରେ ସକ୍ଷମ ହେଉ ନାହାନ୍ତି। ଟଙ୍କା ନେଣଦେଣରେ ସମସ୍ୟା ଦେଖାଦେବା କାରଣରୁ ସୋସିଆଲ ମିଡିଆରେ ଚରମ ଅସନ୍ତୋଷ ଦେଖିବାକୁ ମିଳିଛି।
ସେପଟେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଏସବିଆଇ। ସେବା ଅପଗ୍ରେଡ କରାଯାଉଛି ଏବଂ ଏଥିପାଇଁ ଗ୍ରାହକଙ୍କୁ ସମସ୍ୟା ହୋଇପାରେ ବୋଲି ଏସବିଆଇ ସୂଚନା ଦେଇଛି। ତେବେ ଖୁବ୍ ଖୁବଶୀଘ୍ର ସମାଧାନ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଦୁଃଖିତ ଏବଂ ଏହାକୁ ତୁରନ୍ତ ପୁନର୍ବାହାଲ କରାଯିବ ବୋଲି ଏସବିଆଇ ସ୍ପଷ୍ଟୀକରଣ ରଖିଛି।