Odisha Link
Bridging the Missing Links in Odisha

ପ୍ରଥମ ଥର ପାଇଁ ବିରାଟଙ୍କୁ ପଛରେ ପକାଇଲେ ରୋହିତ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହାପୂର୍ବରୁ ଆଇସିସି ଜାରି କରିଛି ଦିନିକିଆ ରାଙ୍କିଙ୍ଗ୍। ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡର ରାଙ୍କିଙ୍ଗ୍‌ ତାଲିକା ପ୍ରକାଶ କରିଛି ଆଇସିସି। ପ୍ରଥମ ଥର ପାଇଁ ଦିନିକିଆ ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ରୋହିତ ଶର୍ମା।

ପ୍ରକାଶ ପାଇଥିବା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଯୁବ ଅପନର ବ୍ୟାଟସମ୍ୟାନ୍‌ ଶୁବମନ ଗିଲ୍‌ ଦ୍ବିତୀୟ ସ୍ଥାନରେ ଥିବାବେଳେ ଅଧିନାୟକ ରୋହିତ ଶର୍ମା ୬ଷ୍ଠ ସ୍ଥାନରେ ରହିଛନ୍ତି। ସେହପିରି ରନ୍‌ ମେସିନ୍‌ ବିରାଟ କୋହଲି ତାଲିକାର ୯ମ ସ୍ଥାନରେ ରହିଛନ୍ତି। ପ୍ରଥମ ସ୍ଥାନରେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ ଥିବାବେଳେ ତୃତୀୟ ସ୍ଥାନରେ ଡିକକ୍‌ ରହିଛନ୍ତି। ସେହିପରି ଡୁସେନ୍‌, ହ୍ୟାରି ଟେକ୍ଟର ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି।

ସେହିପରି ବୋଲିଂ ରାଙ୍କିଙ୍ଗରେ ଭାରତର ୨ଜଣ ଖେଳାଳି ଅଛନ୍ତି। ଟିମ୍‌ ଇଣ୍ଡିଆର ପେସ୍‌ ବୋଲର ମହମ୍ମଦ ସିରାଜ ୩ୟ ସ୍ଥାନରେ ଥିବାବେଳେ ଚାଇନା ମ୍ୟାନ୍‌ କୁଲଦୀପ ଯାଦବ ୮ମ ସ୍ଥାନରେ ରହିଛନ୍ତି। ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆର ଜୋଶ ହେହଲଉଡ ଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.